ରାଉରକେଲା, (ବସନ୍ତ କୁମାର ଜେନା):- ରାଉରକେଲା ଆଇନ ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ ଓ ଶ୍ରୀ ମାତାଜୀ ସହଜ ଯୋଗ-ଆଜିର ମହାଯୋଗ” ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତିକ ପ୍ରାଥମିକ ଚିକିତ୍ସା ଦିବସ ପାଳନ କରଯାଇଥିଲା । ଏହି କାର୍ଯକ୍ରମରେ ସ୍ଵାଗତ ଭାଷଣରେ ଅଧ୍ୟାପିକା ତଥା ଭାରପ୍ରାପ୍ତ ଅଧ୍ୟକ୍ଷା ଡଃ ସମ୍ପାଦିକା ମହାନ୍ତି ନିଜ ବକ୍ତବ୍ୟ ରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଆଲୋକପାତ କରିଥିଲେ ଏବଂ ଯୋଗକୁ ପ୍ରାଥମିକ ଚିକିତ୍ସାର ମାଧ୍ୟମ ରୂପେ ନିଆଯାଇପାରେ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନେ ସମ୍ମାନିତ ଅତିଥି ମାନଙ୍କୁ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଆଇନ ମହାବିଦ୍ୟାଳୟ ପରିଚାଳନା ସମିତି ର ସଦସ୍ୟା ଜ୍ୟୋତି ଡୋଲାରସା ଟେଟେ ନିଜ ବକ୍ତବ୍ୟରେ ସହଜ ଯୋଗ ଧ୍ୟାନ ଦ୍ଵାରା କିପରି ସୁସ୍ଥ ସମାଜ ଗଠନ ହୋଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ କାର୍ଯକ୍ରମରେ ଗୁରୁ ନବଘନ ସାହୁ ଏବଂ ଗୁରୁ ଅଭୟ ଚରଣ ପ୍ରଧାନ ପ୍ରତ୍ୟକ୍ଷ ଭାବେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ଦାନ କରିଥିଲେ। ମହାବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ଡଃ ପ୍ରଜ୍ଞା ପାରମିତା ପଣ୍ଡା, ତନ୍ମୟ ରାଜ ପାଢୀ, ଡଃ ଦିବ୍ୟେନ୍ଦୁ କୁମାର ପଣ୍ଡା ଓ ରେଡକ୍ରସ ୟୁନିଟ ର ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.