ନୟାଗଡ଼,(ଲଷ୍ମୀଧର ସାହୁ): ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ଅବଦୁଲ ଆରିଫ୍ ଖାନ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ଯୋଗ ଦେଇ ଶିକ୍ଷକ ମାନେ ଆଗାମୀ ଭବିଷ୍ଯତ ଶିଶୁ ମାନଙ୍କୁ ଉତ୍ତମ ମଣିଷ ଭାବେ ଗଢୁଥିବାରୁ ଶିକ୍ଷକ ମାନେ ହେଉଛନ୍ତି ଯୁଗ ନିର୍ମାତା ବୋଲି କହିଥିଲେ। ମୁଖ୍ଯ ବକ୍ତା ଭାବେ ନୟାଗଡ଼ ଜିଲ୍ଲା ଶିକ୍ଷା ଅଧିକାରିଣୀ ରାଜଶ୍ରୀ ପଟ୍ଟନାୟକ ଯୋଗ ଦେଇ ଶିକ୍ଷକ ମାନେ ସ୍ବାଭିମାନୀ ହେବା ଆବଶ୍ଯକ ଏବଂ ସଚ୍ଚୋଟ ତଥା ନିଷ୍ଠାପର ଭାବେ ନିଜର କର୍ତ୍ତବ୍ଯ ସମ୍ପାଦନ କରିବା ଉଚିତ୍ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ନେଶନ ବିଲ୍ଡର ଆଓ୍ବାର୍ଡ ଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ରୋଟାରୀ କ୍ଳବ୍ ଆୟୋଜନ କରିଥିବାରୁ କ୍ଳବ୍ ର ସଦସ୍ଯ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ। ଶିକ୍ଷକ ମାନେ ଦେଶ ଜାତିପ୍ରତି ସମର୍ପିତ ହୋଇ କାମ କରିବାକୁ ସମ୍ବର୍ଦ୍ଧିତ ହେଉଥିବା ଶିକ୍ଷକ ମାନଙ୍କୁ ଆହ୍ବାନ ଦେଇଥିଲେ। ରୋଟାରୀ କ୍ଳବ୍ ର ସଂପାଦକ ଶ୍ରୀଧର ସାହୁ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲାବେଳେ କ୍ଳବ୍ ର ଲିଟେର୍ସି କମିଟିର ଅଧ୍ଯକ୍ଷା ବସିରନ୍ ବିବି ସଭାରେ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ।
ଚଳିତ ବର୍ଷ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଭିନ୍ନ ସରକାରୀ ବିଦ୍ଯାଳୟର ପ୍ରଧାନଶିକ୍ଷକଙ୍କ ଜରିଆରେ ଚୟନ ହୋଇଥିବା ଛଅ ଜଣ ଆଦର୍ଶ ଶିକ୍ଷକ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।ନୟାଗଡ଼ କଲେଜ ଲେନ୍ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଶିକ୍ଷକ ପ୍ରଦୀପ କୁମାର ସାହୁ, ସରକାରୀ ଉଚ୍ଚ ବିଦ୍ଯାଳୟ ଖଣ୍ଡୁଗାଁର ଶିକ୍ଷକ ପବିତ୍ର କୁମାର ଗୋଛି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଦୟପୁରର ଶିକ୍ଷକ ଲକ୍ଷ୍ମୀଧର ସାହୁ, ଦଧିବାମନ ଜିଉ ଉଚ୍ଚ ବିଦ୍ଯାଳୟ ଶିଖରପୁର ର ଶିକ୍ଷକ ହରି ବନ୍ଧୁ ସାହୁ, ସରକାରୀ ହଜାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ, ଗାତେରୀର ଶିକ୍ଷକ ଦେବବ୍ରତ ଶତପଥୀ ଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଡିଆଁପଡାର ଶିକ୍ଷକ ବ୍ରଜକିଶୋର ସାହୁଙ୍କୁ ଚଳିତ ବର୍ଷର ନେସନ ବିଲ୍ଡର ଆଓ୍ବାର୍ଡ ଦିଆଯାଇଥିଲା। ରୋଟାରିଆନ୍ ପ୍ରସନ୍ନ କୁମାର ବସନ୍ତିଆ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କ୍ଳବର ସଦସ୍ୟ ମଦନ ମୋହନ ମହାପାତ୍ର, ଧୀରେନ୍ଦ୍ର ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ରଥ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post