ମହେନ୍ଦ୍ରଗିରିର ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ସହ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିବା ଲୋକଙ୍କ  ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଦାବୀ

0

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ଅଧିବାସୀ 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ରାୟଗଡ ବ୍ଲକାଞ୍ଚଳରେ ଥିବା ଐତିହାସିକ ସଂପୁର୍ଣ୍ଣ ପୁରାଣ ପ୍ରସିଦ୍ଧ ପବିତ୍ର ଶୈବ ପୀଠ ମହେନ୍ଦ୍ରଗିରିର ସଂସ୍କୃତି ଓ  ପ୍ରକୃତିର ସୁରକ୍ଷା ସହ ମହେନ୍ଦ୍ରଗିରି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମକୁ ବିରୋଧ କରି ଆସୁଥିବା ଲୋକଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିବା ପ୍ରତି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦାବୀରେ ପାରଳାଖେମୁଣ୍ଡି ଠାରେ ମହେନ୍ଦ୍ରଗିରି ଅଞ୍ଚଳର ଶତାଧିକ ସଂଖ୍ୟାରେ ମହିଳା ଓ ପୁରୁଷ ବନବାସୀ ତଥା ଆଦିବନବାସୀ ଅପରାହ୍ନରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଉପରୋକ୍ତ ବିଷୟ ଗୁଡିକର ଉପରେ ତୁରନ୍ତ ପଦକ୍ଷେପ ନେବାକୁ ଦାବୀପତ୍ର ପ୍ରଦାନ କରିଥିଲେ । ସାମ୍ୱାଦିକ ମାନଙ୍କୁ ବନବାସୀ ମାନେ ଅଭିଯୋଗରେ କହିଥିଲେକି ମହେନ୍ଦ୍ରଗିରି ଏକ ପବିତ୍ର ତୀର୍ଥ ସ୍ଥଳୀ ଅଟେ । ଏହି ଅଞ୍ଚଳର ସଂସ୍କୃତି ଓ ପ୍ରକୃତିର ରକ୍ଷା କରିବା ପାଇଁ ଆମ ଅଞ୍ଚଳରେ ସନ୍ଥ ଭାସ୍କର୍ଯ୍ୟ ତଥା ଲକ୍ଷ୍ମୀବାବା-ଲକ୍ଷ୍ମୀନାରାୟଣ ପଣ୍ଡା ଗତ ୩୦ ବର୍ଷ ଧରି ମହେନ୍ଦ୍ରଗିରି ଅଞ୍ଚଳରେ ରହି ଆସି ଅଞ୍ଚଳବାସୀଙ୍କୁ ନିଶା ନିବାରଣ , କୁପ୍ରଥା, କୁସଂସ୍କାର ନିବାରଣ ,ବୃକ୍ଷରୋପଣ, ସଂସ୍କୃତିର ଶିକ୍ଷା ଓ ବିକାଶ କ୍ଷେତ୍ରରେ ବ୍ୟାପକ ଭାବରେ ବିଭିନ୍ନ ସମୟରେ ପଦକ୍ଷେପ ନେଇ ଆସୁଛନ୍ତି । ଏମିତିକି ମହେନ୍ଦ୍ରଗିରି ଅଞ୍ଚଳର ଜଙ୍ଗଲ ର ପଶୁପକ୍ଷୀମାନଙ୍କ ସୁରକ୍ଷା ସହ ପ୍ରକୃତି ଓ ସୁରକ୍ଷା ପାଇଁ ମହେନ୍ଦ୍ରାଶ୍ରମରେ ବିଭିନ୍ନ ସମୟରେ ଯଜ୍ଞ କରି  ଏବଂ ସେହି ଯଜ୍ଞ ମାଧ୍ୟମରେ ଆମକୁ ବହୁ ଶିକ୍ଷା ଦେଇ ସଂସ୍କାରିତ କରି ଆସୁଛନ୍ତି । ତେବେ ଗତ ୫ ବର୍ଷ ହେଲା ଆମ ଅଞ୍ଚଳରେ କେତେକ ଖଳ ପ୍ରକୃତିର ଲୋକ ଅନ୍ୟମାନଙ୍କ କୁପ୍ରରୋଚନାରେ ବଶିଭୁତ ହୋଇ ଆମ ଅଞ୍ଚଳର ବିଭିନ୍ନ ମହତକାର୍ଯ୍ୟକ୍ରମକୁ ବିରୋଧ କରିବା ସହ ଶିକ୍ଷା,ଧର୍ମ,ଓ ସଂସ୍କୃତି ପ୍ରଭୃତିରେ ବନବାସୀଙ୍କୁ ସଂସ୍କାରିତ କରୁଥିବା ସନ୍ଥ ଭାସ୍କର ତୀର୍ଥ ତଥା ଲକ୍ଷ୍ମୀବାବାଙ୍କୁ ବିରୋଧ କରି ବିଭିନ୍ନ ସମୟରେ ଧମକ ଚମକ ଦିଆଯାଉଅଛି । ଅନ୍ୟ ପକ୍ଷରେ ମହେନ୍ଦ୍ରଗିରି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗରେ କହିଥିଲେ । ଜିଲ୍ଲା ପ୍ରଶାସନ ମହେନ୍ଦ୍ରଗିରିର ସଂସ୍କୃତି ଓ ପ୍ରକୃତିର ସୁରକ୍ଷା ପାଇଁ ଉପରୋକ୍ତ ବିଷୟ ପ୍ରତି ଦୃଷ୍ଟିରେ ରଖି ବିହିତ ତଦନ୍ତ କରାଯାଇ ଯିଏ ଅଞ୍ଚଳର ସଂସ୍କୃତି ଓ ପ୍ରକୃତିର ବିକାଶ ଦିଗରେ ବିରୋଧ କରି ଅନିଷ୍ଠ କରିବାରେ ଲାଗିଛନ୍ତି, ତାଙ୍କୁ ତୁରନ୍ତ ଗିରଫ କରିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରିଥିଲେ । ଅନ୍ୟ ପକ୍ଷେ ଏହି ଦିଗରେ କୌଣସି ପଦକ୍ଷେପ ନିଆନଯାଏ ତାହେଲେ ଏହାର ପ୍ରତିବାଦରେ ବନବାସୀଙ୍କ ପକ୍ଷରୁ ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବୁ ବୋଲି କହିଥିଲେ ସୋମନାଥ କାର୍ଯ୍ୟୀ ।

Leave A Reply

Your email address will not be published.