ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ମାଣ୍ଡଲାଠାରେ ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ ଶୁଭାରମ୍ଭ କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହ ନିଶ୍ଚିତ କରାଇ କହିଛନ୍ତି ଯେ, କଂଗ୍ରେସ ସଂଖ୍ୟାଲଘୁ ତୁଷ୍ଟିକରଣରେ ନିୟୋଜିତ ରହି ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ଧୂଳିସାତ୍ କରିଦେଇଛି । ସେ କହିଥିଲେ, ତତ୍କାଳୀନ କଂଗ୍ରେସ ସରକାରଙ୍କର ପ୍ରଧାନମନ୍ତ୍ରୀ ଥିବା ମନେମୋହନ ସିଂହ ତାଙ୍କ କାର୍ଯ୍ୟକାଳରେ କହିଥିଲେ ଯେ ସଂଖ୍ୟାଲଘୁଙ୍କର ଦେଶର ସମ୍ବଳ ଉପରେ ପ୍ରଥମ ଅଧିକାର ରହିଛି । ମୋଦୀ ଜୀ ଯେତେବେଳେ ୨୦୧୪ରେ ପ୍ରଧାନମନ୍ତ୍ରୀ ହେଲେ, ସେ ଏହି ଚିନ୍ତାଧାରାକୁ ବଦଳାଇ କହିଲେ ଯେ ଦେଶର ସମ୍ବଳ ଉପରେ ଦଳିତ, ଆଦିବାସୀ, ଦରିଦ୍ର ଏବଂ ବଞ୍ଚିତବର୍ଗଙ୍କର ଅଧିକାର ରହିଛି ।
ବିଗତ ୯ ବର୍ଷ ମଧ୍ୟରେ ଏହା ପ୍ରମାଣିତ ହୋଇସାରିଛି ଯେ ମୋଦୀ ସରକାର ଆଦିବାସୀ, ପଛୁଆ ବର୍ଗ, ଦଳିତ ଓ ଦରିଦ୍ରମାନଙ୍କର ଉତ୍୍ଥାନ କରିଛନ୍ତି । ଭଗବାନ ବିର୍ସା ମୁଣ୍ଡାଙ୍କର ଜନ୍ୱଦିବସକୁ ଗର୍ବର ଦିବସ ଭାବରେ ଘୋଷଣା କରି ହେଉ ଅଥବା ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ହେଉ, ଶ୍ରୀ ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଏବଂ ଅମିତ ଶାହଙ୍କ ସୁଦକ୍ଷ ପରିଚାଳନାରେ ବିଜେପି ସରକାର ସର୍ବଦା ଆଦିବାସୀ ସମାଜ ପ୍ରତି ସମ୍ମାନ ପ୍ରଦର୍ଶନ ଏବଂ କଲ୍ୟାଣ କରିଆସିଛନ୍ତି ।
କଂଗ୍ରେସ ଶାସନ ସମୟରେ ସେମାନେ ଆଦିବାସୀ ସମାଜର ଜଳ, ଜଙ୍ଗଲ ଏବଂ ଜମି ଅଧିକାର ସୁରକ୍ଷିତ ରଖିବା ନିମନ୍ତେ ବହୁ ପୁରାତନ ପ୍ରତିଶୃତିକୁ ନେଇ କେବଳ ସ୍ଲୋଗାନ ଦେଇଛନ୍ତି, କିନ୍ତୁ ବାସ୍ତବରେ କିଛି କରିନାହାନ୍ତି । ଅନ୍ୟପକ୍ଷରେ ମୋଦୀ ଜୀଙ୍କ ଦୂରଦୃଷ୍ଟି ଏବଂ ଅମିତ ଶାହଙ୍କ ମାର୍ଗଦର୍ଶନରେ ଆଦିବାସୀମାନଙ୍କର ଜଳ, ଜଙ୍ଗଲ ଓ ଜମି ଅଧିକାର ସୁରକ୍ଷିତ କରାଯିବା ସହିତ ନିରାପତ୍ତା, ସମ୍ମାନ ଏବଂ ସମାବେଶୀ ବିକାଶ ଜରିଆରେ ଆଦିବାସୀ ସମୁଦାୟଙ୍କ ନିମନ୍ତେ କଲ୍ୟାଣକାରୀ କାର୍ଯ୍ୟ କରାଯାଉଛି ।
ମଧ୍ୟପ୍ରଦେଶର ଜନସାଧାରଣ ଜାଣନ୍ତି ଯେ କଂଗ୍ରେସ ଶାସନ ସମୟରେ ରାଜ୍ୟର ପରିସ୍ଥିତି ‘ବିମାରୁ’ ଅବସ୍ଥାକୁ ଆସିଯାଇଥିଲା । ଦୁର୍ନୀତି, ଅପରାଧ, ଲୁଟ୍, ବିନା ବିଦୁ୍ୟତ୍ରେ ପରିବାରଗୁଡଚିକ ଅନ୍ଧାରରେ ରହିବା, ବିନା ଜଳସେଚନ ବ୍ୟବସ୍ଥାରେ କୃଷିକାର୍ଯ୍ୟ ମଧ୍ୟପ୍ରଦେଶର ପରିଚୟ ପାଲଟିଥିଲା ।
ମଧ୍ୟପ୍ରଦେଶ ଜନସାଧାରଣ ଏହା ମଧ୍ୟ ଲକ୍ଷ୍ୟ କରିଛନ୍ତି ଯେ, କ୍ଷମତାକୁ ଆସିବାର କିଛି ଦିନ ମଧ୍ୟରେ କଂଗ୍ରେସ ସରକାର ବିଜେପିର ୫୧ଟି ଯୋଜନାକୁ ବନ୍ଦ କରିଦେଇଛନ୍ତି । କିନ୍ତୁ ବିଜେପି ସରକାର ଗଠନ ହେବା ଦିନଠାରୁ ଏହି ରାଜ୍ୟ ଏକ ନିଆରା ରାଜ୍ୟରେ ପରିଣତ ହୋଇଛି ଏବଂ ବିକାଶ ପଥରେ ଅଗ୍ରସର ହେଉଛି ।
ବିଗତ ୯ ବର୍ଷ ଧରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଅଧୀନରେ ଡବଲ୍ ଇଞ୍ଜିନ ବିଜେପି ସରକାର ମଧ୍ୟପ୍ରଦେଶର ରୂପାନ୍ତରଣ କରୁଛନ୍ତି । ମଧ୍ୟପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ପ୍ରଧାନମନ୍ତ୍ରୀ ମୋଦୀ ଜୀଙ୍କ ନେତୃତ୍ୱ ଏବଂ ଶ୍ରୀ ଶାହଙ୍କ ନିରଳସ ପ୍ରୟାସ ଯୋଗୁ ପେସା ଆଇନକୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରାଯାଇଛି ।
ଇତିମଧ୍ୟରେ ମଧ୍ୟପ୍ରଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଛି । ଆଉ କିଛି ମାସ ମଧ୍ୟରେ ମଧ୍ୟପ୍ରଦେଶରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଜେପିର ପ୍ରବୀଣ ନେତା ଶ୍ରୀ ଅମିତ ଶାହ ପ୍ରତ୍ୟେକ ବର୍ଗଙ୍କ ନିକଟରେ ପହଞ୍ଚିବା ଏବଂ ରାଜନୈତିକ ଲଢେଇରେ ବିଜୟ ସୁନିଶ୍ଚିତ କରିବାକୁ ଏହି ଲଢେଇରେ ସାମିଲ ହୋଇଛନ୍ତି ।
ଜନସାଧାରଣଙ୍କ ଆଶୀର୍ବାଦ ଲୋଡିବାକୁ ‘ଜନ ଆଶୀର୍ବାଦ ଯାତା୍ର’ ଆୟୋଜନ କରାଯାଉଛି । ଏହିଭଳି ପାଞ୍ଚଟି ଯାତ୍ରା ରାଜ୍ୟର ୨୧୦ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟଦେଇ ଯିବା ସହିତ ଭୋପାଳରେ ପହଞ୍ଚିବ । ଶ୍ରୀ ଅମିତ ଶାହ କଂଗ୍ରେସକୁ ଆକ୍ଷେପ କରିବା ସମୟରେ କମଳ ନାଥଙ୍କୁ ‘କରପ୍ସନ ନାଥ’ ଏବଂ ଦିଗ୍ବିଜୟ ସିଂଙ୍କୁ ‘ମିଷ୍ଟର ବଣ୍ଟାଧର୍’ ବୋଲି କହିବାକୁ ପଛାଇନଥିଲେ ।
ଶ୍ରୀ ଅମିତ ଶାହଙ୍କ ରାଜନୀତିରୁ ଏହା ସ୍ପଷ୍ଟ ଯେ, ଭାରତୀୟ ରାଜନୀତିର ଚାଣକ୍ୟ, କର୍ମୀଙ୍କ ମଧ୍ୟରେ ଥିବା ଉତ୍ସାହ ଏବଂ ‘ଜନ ଆଶୀର୍ବାଦ ଯାତ୍ରା’କୁ ନେଇ ମଧ୍ୟପ୍ରଦେଶରେ ବିଜେପି ୨୦୨୩ ନିର୍ବାଚନରେ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ସହିତ ମୋଦୀ ଜୀ ତୃତୀୟ ଥର ନିମନ୍ତେ ପୁନଃ ପ୍ରଧାନମନ୍ତ୍ରୀ ଭାବରେ ଅଧିଷ୍ଠିତ ହେବେ ।
Sign in
Sign in
Recover your password.
A password will be e-mailed to you.