ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାର ମାନଙ୍କୁ ନିଜସ୍ବ କଳାର ପ୍ରଦର୍ଶନ କରିବା ପାଇଁ ରାଜ୍ୟ ସରକାର ଏକ ସୁଯୋଗ ସୃଷ୍ଟି କରିଛନ୍ତି । ବ୍ଲକ୍ କଳା ସାଂସ୍କୃତିକ ସଂଘର ସମସ୍ତ ଉପ ସଭାପତି , ସମସ୍ତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ଏବଂ କଳାକାର ଗୁରୁ ମାନଙ୍କୁ ନେଇ ଦୁଇ ଦିନ ଧରି ଜିଲ୍ଲା ସ୍ତରୀୟ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି।
ଏହି ଅବସରରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ତାଲିମ୍ ଶିବିରରେ ଜିଲ୍ଲାରେ ଥିବା ୫୭ ଟି ସାଂସ୍କୃତିକ ଦଳ ଜିଲ୍ଲାର ୧୪୯ ଗୋଟି ଗ୍ରାମ ପଞ୍ଚାୟତରେ ପ୍ରଚାର ପ୍ରସାର କାର୍ଯ୍ୟକ୍ରମ ପରିବେଷଣ କରିବେ। ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାର ମଙ୍ଗରାଜ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ପରିଚାଳନାରେ ଅନୁଷ୍ଠିତ ଏହି ତାଲିମ୍ ଶିବିରର ଆଭିମୁଖ୍ୟ ଓ ଅଧିକରୁ ଅଧିକ କଳାକାର ଏହି ଯୋଜନାରେ କିଭଳି ବ୍ଲକ୍ ସ୍ତରରୁ ସାମିଲ୍ ହୋଇ ପାରିବେ ସେଥି ନିମନ୍ତେ ପ୍ରୟାସ କରିବା ପାଇଁ ବିଏସଏସଓ ଓ କଳାକାର ଉପ ସଭାପତି ମାନଙ୍କୁ ଅବଗତ କରାଇଥିଲେ।
ଜିଲ୍ଲା ସ୍ତରୀୟ ସଂସାଧନ ସଭ୍ୟ ତଥା କଳାକାର ଓ ଉପସଭାପତି ପ୍ରମୁଖ କଳା ପ୍ରଦର୍ଶନ ମାଧ୍ୟମରେ କିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ତାହା ଅବଗତ କରାଇଥିଲେ।
କଳା ସାଂସ୍କୃତିକ ସଂଘ ଉପସଭାପତି ପ୍ରମୁଖ ମଞ୍ଚାସୀନ ରହି କଳାକାର ମାନଙ୍କୁ କଳା ପ୍ରଦର୍ଶନ ମାଧ୍ୟମରେ ସରକାରଙ୍କ ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିବ ସେହି ଦିଗରେ ଦିଗଦର୍ଶନ ଦେଇଥିଲେ। ମିଶନ୍ ଶକ୍ତି , ମମତା ଯୋଜନା , ମୋ ସ୍କୁଲ , ଓଡିଶା ଆଦର୍ଶ ବିଦ୍ୟାଳୟ , ଫସଲ ବୀମା ଯୋଜନା , ଫସଲ ଋଣ ସୁଧ ରିହାତି , ଆମ ହସ୍ପିଟାଲ , ଆମ ଓଡିଶା ନବୀନ ଓଡିଶା , ୫-ଟି ହାଇସ୍କୁଲ ରୂପାନ୍ତରୀ କରଣ , ମଧୁବାବୁ ପେନସନ୍ ଯୋଜନା , କ୍ରୀଡା ଉପରେ ସଚେତନତା ବାର୍ତ୍ତା ସମ୍ପର୍କରେ କଳାକାର ମାନଙ୍କୁ ଦିଗଦର୍ଶନ ଦିଆଯାଇଥିଲା।
ଏହି ଶିବିରରେ ବିକେଏସଏସ ର ସାଧନ ସଭ୍ୟମାନେ ପ୍ରଶିକ୍ଷଣ ନେଇ ନିଜ ସଂଘର ଅନ୍ୟ ସଭ୍ୟମାନଙ୍କୁ ବ୍ଲକ୍ ସ୍ତରରେ ତାଲିମ୍ ପ୍ରଦାନ କରିବେ। ଜିଲ୍ଲାରେ ଆସନ୍ତା ୧୫ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ତାଲିମ୍ ପ୍ରାପ୍ତ କଳାକାରମାନେ ଗ୍ରାମ ମାନଙ୍କରେ ଲୋକକଳା ମାଧ୍ୟମରେ ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସଚେତନତା କରିବେ।
Sign in
Sign in
Recover your password.
A password will be e-mailed to you.
Next Post