ସୀମାନ୍ତ ଇଞ୍ଜନିୟରିଂ କଲେଜ ପ୍ରତିଷ୍ଠାତା ସ୍ୱର୍ଗତ ପରେଶ ଚନ୍ଦ୍ର ବସା ଙ୍କ ୧୮ ତମ ଶ୍ରାଦ୍ଧ ବାର୍ଷିକୀ ପାଳନ ।

0

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ/ଶାସକ ପ୍ରଶାସକ :: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ସ୍ଥାନୀୟ ଝାଡପୋଖରିଆ ଠାରେ ଥିବା ଇଞ୍ଜିନିୟରିଂ କଲେଜ ପରିସରରେ ସୀମାନ୍ତ ପୁରୁଷ ସ୍ବର୍ଗତ ପରେଶ ଚନ୍ଦ୍ର ବସାଙ୍କର ୧୮ ତମ ଶ୍ରାଦ୍ଧ ବାର୍ଷିକୀ  ଅନୁଷ୍ଠାନର ଅଧ୍ୟକ୍ଷ ଡ: ମାନସ ରଞ୍ଜନ ପାଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମେ ସ୍ୱର୍ଗତ ବସାଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ଦ୍ଵୀପ ପ୍ରଜ୍ବଳନ କରିବା ସହିତ ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା।ପ୍ରକାଶ ଥାଉକି ୧୯୯୭ ମସିହାରେ ତାଙ୍କରି ପ୍ରଚେଷ୍ଟାରେ ସୀମାନ୍ତ ଇଞ୍ଜିନିୟରିଂ କଲେଜ ଆରମ୍ଭ ହୋଇଥିଲା। ସେହି ଦିନଠାରୁ ହଜାର ହଜାର ଛାତ୍ର ଛାତ୍ରୀ ଉକ୍ତ କଲେଜରେ ପାଠପଢି କୃତିତ୍ୱ ଅର୍ଜନ କରିବା ସହିତ ଦେଶ ବିଦେଶରେ ଥିବା ବିଭିନ୍ନ ପ୍ରତିଷ୍ଠାନମାନଙ୍କରେ ନିୟୋଜିତ ହୋଇ କାର୍ଯ୍ୟ କରି ଆସୁ ଥିବାବେଳେ ଏହି ଅନୁଷ୍ଠାନଟି ମୟୂରଭଞ୍ଜ ଝାଡପୋଖରିଆକୁ ଏକ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିପାରିଛି। ତେବେ ଏହି ଶ୍ରାଦ୍ଧ ବାର୍ଷିକୀ ପାଳିତ ଅବସରରେ ଅନୁଷ୍ଠାନରେ ଥିବା ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ଯୁକ୍ତ ଘାସିରାମ କଲିଆ ତଥା ଶ୍ରୀଯୁକ୍ତ ଅର୍ଧେନ୍ଦୁ ପ୍ରହରାଜ ଯୋଗଦେବା ସହିତ ଅନ୍ୟ ସଦସ୍ୟମାନେ ଯୋଗଦେଇଥିବା ବେଳେ ଏଥିରେ ବିଦ୍ୟାଳୟର ସମସ୍ତ କାର୍ଯ୍ୟକର୍ତା ଓ ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ । 

Leave A Reply

Your email address will not be published.