ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶାଙ୍କ ଆଦେଶ ପ୍ରକାରେ ଆଜି (ଶନିବାର ଦିନ) ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ “ମୁଁ ବି ମିତା” ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି।
ନୂତନ ଯୁବ ଭୋଟରମାନଙ୍କ ପଞ୍ଜୀକରଣ ତଥା ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶଗ୍ରହଣ କରିବା ପାଇଁ “ମୁଁ ବି ମିତା” ନାମରେ ସଚେତନତା ଅଭିଯାନ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ଶତ ପ୍ରତିଶତ ନୂତନ ଭୋଟର ଦାତା ମାନଙ୍କୁ ସାମିଲ କରିବାପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅୟୋଜନ କରି ଜାତୀୟ ଭୋଟର ଦିବସରେ ପୁରସ୍କୃତ କରାଯିବ ବୋଲି କହିଛନ୍ତି।
ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ତାଲିକାରେ ନୂତନ ଭୋଟର ଯେଉଁମାନଙ୍କର ବୟସ ୧୮ ବର୍ଷ ଉର୍ଦ୍ଧ୍ବ ହୋଇଛି ନୂତନ ଭୋଟର ତାଲିକାରେ ନାମ ପଞ୍ଜିକରଣ କରିପାରିବେ। ଘରେ ରହି କିଭଳି ଅନଲାଇନ ମାଧ୍ୟମରେ ନାମ ପଞ୍ଜିକରଣ କରିପାରିବେ ତାହା ମଧ୍ୟ ଶିକ୍ଷା ଦିଆଯାଇଛି।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ , ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀ କୁମୁନ୍ଧ ଦଳବେହେରା , ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହାୟକ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ଭୁଆଁ ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ / ଅଧ୍ୟକ୍ଷା , ଅନ୍ୟାନ୍ୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୈଠକରେ ସ୍ଵେଚ୍ଛାସେବୀ ଭାବରେ ଚୟନ କରାଯାଇଥିବା ବିଦ୍ୟାଳୟ ତଥା ମହାବିଦ୍ୟାଳୟର ଛାତ୍ରୀଙ୍କୁ “ମୁଁ ବି ମିତା” ଅଭିଯାନରେ ଭୋଟର ସଚେତନତା ସୃଷ୍ଟି କରିବା , ଏକ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ ନିମିତ୍ତ ନୂତନ ଭୋଟରଙ୍କ ର ନାମ ଯୋଗ , ଅନ୍ୟ ଭୋଟର ନିଜର ନା କୁ ବାଦ ଦେବା , ଭୁଲ ତୃଟିକୁ ସଂଶୋଧନ , ଆଧାର ସହିତ ଭୋଟର ଆଇଡି କୁ ସଂଯୋଗ କରିବା ପାଇଁ ଅନଲାଇନ ମାଧ୍ୟମରେ www.nvsp.in କିମ୍ବା voter helpline app କୁ ବ୍ୟବହାର କରିପାରିବେ ଏବଂ ଅନ୍ୟାନ୍ୟ ସଂଶୋଧନ କାର୍ଯ୍ୟରେ ସହଯୋଗ କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ସେହିପରି ନୂତନ ଭୋଟର ନିଜର ନାମ ପଞ୍ଜିକରଣ କରିବା ପାଇଁ “ମୁଁ ବି ମିତା” ଅଭିଯାନରେ ନେତୃତ୍ବ ନେଇ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ , ସ୍ଵୟଂ ସହାୟକ ଗୋଷ୍ଠୀ , ଜନ ସାଧାରଣ ଓ ଯୁବ ଭୋଟରମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଆରୋପ କରିଥିଲେ।
Sign in
Sign in
Recover your password.
A password will be e-mailed to you.