(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ଜିଲ୍ଲା ପ୍ରଶାସନର ସ୍ୱଳ୍ପ ସଂଚୟ ସଂଗଠନ ପକ୍ଷରୁ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଜନ ସଚେତନତା କାର୍ଯ୍ୟକ୍ରମ ନିଶ୍ଚିନ୍ତକୋଇଲି ବ୍ଲକ ସରପଡ଼ା ପଂଚାୟତ କାର୍ଯ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଛି । ଜିଲ୍ଲା ସ୍ୱଳ୍ପ ସଂଚୟ ଅଧିକାରୀ ରଞ୍ଜନ ଦାସଙ୍କ ପୌରହିତ୍ୟରେ ଏଥିରେ ମୁଖ୍ୟଅତିଥି ଭାବେ ସଂଚୟ ଓ ଆର୍ଥିକ ସେବା ଉପ-ନିର୍ଦ୍ଦେଶକ ତଥା ଉପସଚିବ ଶଙ୍କର୍ଷଣ ପଟ୍ଟନାୟକ , ବ୍ୟାଙ୍କ ଏଲଡ଼ିଏମ୍ ରାଜେଶ ବେହେରା, କଟକ ସିଟି ଡ଼ିଭିଜନର ବରିଷ୍ଠ ଡ଼ାକ ଅଧିକ୍ଷକ ସର୍ବେଶ୍ୱର ମିଶ୍ର, ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ, ଅତିରିକ୍ତ ବିଡ଼ିଓ ବିଷ୍ଣୁଚରଣ ବେହେରା, ସିଡ଼ିପିଓ ସତ୍ୟଭାମା ବିଶୋଇ ,ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଗ୍ରାମାଚଂଳର ଲୋକମାନେ କିଭଳି ଭାବେ ସରକାରୀ ସଂସ୍ଥାରେ ଅର୍ଥ ସଂଚୟ କଲେ ସେମାନଙ୍କର ଟଙ୍କା ସୁରକ୍ଷିତ ହେବା ସହିତ ଅଧିକ ଲାଭବାନ ହୋଇପାରିବେ ସେ ସଂକ୍ରାନ୍ତରେ ବିଷଦ ଆଲୋଚନା କରିଥିଲେ । ଏହି ଅବସରରେ ଡ଼ାକ ବିଭାଗରେ କାର୍ଯ୍ୟ କରୁଥିବା ସୁକନ୍ୟା ସମୃଦ୍ଧି ଯୋଜନା, ବରିÂ ନାଗରିକ ସଂଚୟ ଯୋଜନା, ମହିଳା ସମ୍ମାନ ସଂଚୟ ଖାତା, ସ୍ଥାୟୀ ଜମା ଖାତା, ଆବର୍ତୀ ଜମା ଖାତା, ସାଧାରଣ ସଂଚୟ ଖାତା, ଜାତୀୟ ସଂଚୟ ଖାତା, କିଷାନ ବିକାଶ ପତ୍ର, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଆଦି ସଂକ୍ରାନ୍ତରେ ସଚେତନତା କରାଇଥିଲେ । ସ୍ଥାନୀୟ ସରପ ବିବେକାନନ୍ଦ ଆଚାର୍ଯ୍ୟ ସ୍ୱାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ଜିଲ୍ଲା ସ୍ୱଳ୍ପ ସଂଚୟ ବିଭାଗର ରାଜସ୍ୱ ସହାୟିକା ଦିପ୍ତୀମୟୀ ଦେବୀ, ଧ୍ରୃବଚରଣ ନନ୍ଦ , ସ୍ୱଳ୍ପ ସଂଚୟ ଏଜେଂଟ ବିଜୟ କୁମାର ବେହେରା ଙ୍କ ସମେତ ଡ଼ାକ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ବହୁ ମହିଳା, ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭ୍ୟା, ଅଙ୍ଗନୱାଡି କର୍ମୀ ଓ ଗ୍ରାମବାସୀମାନେ ଉପସ୍ଥିତ ହୋଇଥିବାବେଳେ ସ୍ୱଳ୍ପ ସ ୟ ଅଧିକାରୀ ବାସନ୍ତୀ ହାଇବୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.