ଶେରଗଡ: ଆଜି ଶେରଗଡ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ନିର୍ବାଚନୀ ସଭା ଆୟୋଜନ କରାଯାଇଥିଲା ।ଉକ୍ତ ସଭାରେ ସଂଘ ର ସ୍ଥାୟୀ ସଭାପତି ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡା ସଭାପତିତ୍ବ କରିଥିଲେ। ଏଥିରେ ଏୟୁପିଟିଏଫ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ସରଥୀ ପାତ୍ର,ଉପସଭାନେତ୍ରୀ ଶ୍ରୀମତୀ ଡି. ଗୌରୀ,କୁକୁଡାଖଣ୍ଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାନେତ୍ରୀ ଏ.ପୁଷ୍ପଲତା ଯୋଗଦେଇ ନିର୍ବାଚନ କାର୍ଯ୍ୟ ପରିଚାଳନା କରିଥିଲେ ।ଜିଲ୍ଲା ସଭାପତି ଶେରଗଡ ପ୍ରାଥମିକ ଶିକ୍ଷକ ସଂଘ କୁ ଭଙ୍ଗ କରି ନୂତନ କର୍ମକର୍ତ୍ତା ନିର୍ବାଚନ କରିଥିଲେ ।ସର୍ବ ସମ୍ମତି କ୍ରମେ ସମସ୍ତ ପଦବୀ ପୂରଣ କରାଯାଇଥିଲା ସଭାପତି ଭାବେ ଇନ୍ଦ୍ରମଣି ସ୍ବାଇଁ,ଉପସଭାପତି ଶ୍ରୀ ଶଙ୍କର ପ୍ରସାଦ ଜେନା,ଉପସଭାନେତ୍ରୀ ଶ୍ରୀମତୀ ଗିରିଜା ନନ୍ଦିନୀ ଦାସ,ସମ୍ପାଦକ ଶ୍ରୀ ଦଶରଥୀ ଜେନା,ସହ ସମ୍ପାଦକ ଭାବେ ଯୋଗେନ୍ଦ୍ର ଗୌଡ,କବିରାଜ ନାୟକ,ବିଶ୍ବଜିତ ଦାଶ,ଜିଲ୍ଲା ସଭ୍ଯ ଭାବେ ଏ.ଅନନ୍ତ ରାମ ଆଚାରୀ,ସୁଦର୍ଶନ ବେହେରା,ସୁଶାନ୍ତ କୁମାର ପ୍ରଧାନ,କୋଷାଧ୍ୟକ୍ଷ ଭାବେ ଶ୍ରୀ ଜୟ ପ୍ରକାଶ ଜେନା ଓ ବ୍ଲକ ସଂଯୋଜକ ଭାବେ ଶ୍ରୀ ରଘୁରାମ ବେହେରା ନିର୍ବାଚିତ ହୋଇଥିଲେ ସଭାଶେଷରେ ଜିଲ୍ଲା ସଭାପତି ସମସ୍ତ ନବନିର୍ବାଚିତ ସଦସ୍ଯଙ୍କୁ ସପଥ ପାଠ କରାଇଥିଲେ
Sign in
Sign in
Recover your password.
A password will be e-mailed to you.
Prev Post