କାର ଧକ୍କାରେ ବରିଷ୍ଠ ନେତା ଭାସ୍କର ପତି ଙ୍କ ମୃତ୍ୟୁ

0

ଗଂଜାମ,(ନିଲୁ ବିଷୋୟୀ ): କାର ଧକ୍କାରେ ଭଞ୍ଜନଗର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ଭାସ୍କର ପତି (୬୩)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗ୍ରାମ ନିକଟରେ ଥିବା ନିଜ ଚାଷ ଜମିରେ ରୁଆ କାଯ୍ୟ ହେଉଥିବା ରାସ୍ତା କଡରେ ନିଜ ବାଇକ ଉପରେ ବସି ତାହାର ତଦାରଖ କରୁଥିବା ବେଳେ ପଛ ପଟୁ ଏକ କାର ଭାରସାମ୍ୟ ହରାଇ ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ମୁଣ୍ଡ ରେ ଗଭୀର ଆଘାତ ଲାଗିଥିବା ରୁ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ। ପରିବାର ପକ୍ଷରୁ ଉତ୍ତର ଚିକିତ୍ସା ନିମନ୍ତେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବିଳମ୍ବିତ ରାତ୍ର ୨ଟା ସମୟରେ ତାଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷରେ ପୋଲିସ ଦୁର୍ଘଟଣା ଘଟାଇଥିବା କାର କୁ ଜବତ କରିବା ସହ ଚାଳକ ଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ସ୍ୱର୍ଗତ ପତି ଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶ ଥାଉକି,ସ୍ବର୍ଗତ ପତି କଂଗ୍ରେସର ଜଣେ ଟାଣୁଆ ସଂଘଠକ ଭାବେ ବେଶ ପରିଚିତ ଥିଲେ। ସେ ୨୦୦୪-୧୦ ପର୍ଯ୍ୟନ୍ତ ଭଞ୍ଜନଗର ବ୍ଳକ କଂଗ୍ରେସ ସଭାପତି ରହିବା ସହ ଜିଲ୍ଲା କଂଗ୍ରେସ ଉପସଭାପତି ଭାବେ ୨୦୧୬-୧୯ ପର୍ଯ୍ୟନ୍ତ କାଯ୍ୟ କରିଥିଲେ। ଜଣେ ମିଷ୍ଟଭାଷୀ, ପରୋପକାରୀ ଓ ଧର୍ମପ୍ରାଣ ବ୍ୟକ୍ତି ଭାବେ ଅଂଚଳରେ ସେ ବେଶ୍ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ ଭଞ୍ଜନଗର ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି |

Leave A Reply

Your email address will not be published.