ବିଜେଡି ମହିଳା କର୍ମକର୍ତ୍ତାଙ୍କ ନାମ ଘୋଷଣା : ଏନଏସିରେ ବିଜୟାଲକ୍ଷ୍ମୀ , ବ୍ଲକରେ ଜୟନ୍ତୀ ଓ ନମିତାଙ୍କୁ ଗୁରୁଦାୟିତ୍ୱ

0

ଓଡ଼ଗାଁ, ୨୯|୦୮ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳ ପକ୍ଷରୁ ଦଳୀୟ ମହିଳା କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଓଡ଼ଗାଁ ଏନଏସି ଓ ବ୍ଲକ ପାଇଁ ନୂତନ କର୍ମକର୍ତ୍ତାଙ୍କୁ ନିଯୁକ୍ତ କରିଛନ୍ତି।ଓଡ଼ଗାଁ ଏନଏସି ସଭାପତି ରୂପେ ବିଜୟାଲକ୍ଷ୍ମୀ ଆଚାରୀ,କାର୍ଯ୍ୟକାରୀ ସଭାପତି ଭାବେ ମମତା ପାତ୍ର ଓ ସମ୍ପାଦକ ଭାବେ ରଶ୍ମିତା ପୃଷ୍ଟିଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।ଠିକ ସେହିପରି ବ୍ଲକ ସଂଗଠନ କାର୍ଯ୍ୟକାରୀ ସଭାପତି ରୂପେ ଜୟନ୍ତୀ ସାହୁ ଓ ନମିତା ମହାପାତ୍ରଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏ ନେଇ ଓଡ଼ଗାଁ ବ୍ଲକ ସରକାରୀ କଲ୍ୟାଣମଣ୍ଡପ ଠାରେ ଜିଲ୍ଲା ମହିଳା ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ବୈଠକ ଆୟୋଜନ କରାଯାଇଥିଲା ଓ ନବନିଯୁକ୍ତ କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା।ଅନ୍ୟପକ୍ଷେ ଜିଲ୍ଲା ସମ୍ପାଦକ ବିଭୁ ପ୍ରସାଦ ସାହୁ,ଏନଏସି ସଭାପତି ପ୍ରଫୁଲ୍ଲ ଡାକୁଆ,ଏନଏସି ଯୁବ ସଭାପତି ପ୍ରଭାତ ଅଧିକାରୀ,ସମ୍ପାଦକ ସୁବ୍ରତ କୁମାର ପଣ୍ଡା,ମହିଳା ଶାଖା ସଭାପତି ନିବେଦିତା ଦାସ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆଗାମୀ ଓଡ଼ଗାଁ ଏନଏସି ସମେତ ବ୍ଲକରେ ତୃଣମୂଳ ସ୍ତରରେ ବିଜେଡି ସଂଗଠନକୁ ମଜବୁତ କରିବା ନିମନ୍ତେ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଥିଲେ।

Leave A Reply

Your email address will not be published.