ଅଧାରୁ ପାଠ ଛାଡିଥିବା ପିଲାଙ୍କ ଏସ୍ଆଇଓଏସରେ ମାଗଣା ନାମଲେଖା

0
  •  ଅଗଷ୍ଟ ୩୧ରେ ସରିିବ ନାମଲେଖା

  •  ୯୬୦୦ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ନାମ ଲେଖିଛନ୍ତି

ଭୁବନେଶ୍ୱର: ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛିା ରାଜ୍ୟ ମୁକ୍ତ ବିଦ୍ୟାଳୟ(ଏସ୍ଆଇଓଏସ୍)ରେ ଜୁଲାଇ ଶେଷ ସପ୍ତାହରୁ ଏହି ମାଗଣା ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛିା ବର୍ତ୍ତମାନ ସୁଦ୍ଧା ୯୬୦୦ ଛାତ୍ରଛାତ୍ରୀ ଏହି ପ୍ରକ୍ରିୟା ମାଧ୍ୟମରେ ନାମ ଲେଖି ସାରିଲେଣିା ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏସ୍ଆଇଓଏସ୍ ମାଗଣା ନାମଲେଖା ପ୍ରକ୍ରିୟା ଶେଷ ହେବା ଯେଉଁ ଛାତ୍ରଛାତ୍ରୀମାନେ ନାମ ଲେଖି ନାହାନ୍ତି ଆସନ୍ତା ୩୧ ତାରିଖ ମଧ୍ୟରେ ମାଗଣାରେ ନାମ ଲେଖିପାରିବୋ
ରାଜ୍ୟରେ ଅଧାରୁ ପାଠଛାଡିଥିବା ୩୯୨୫ ଏବଂ ଅନୁପସ୍ଥିତ ଥିବା ୧୦,୮୯୬ ଜଣ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ମାଗଣା ନାମଲେଖା ଚାଲିଛିା ଏହି ପର୍ଯ୍ୟାୟରେ ନାମ ଲେଖିଥିବା ଛାତ୍ରଛାତ୍ରୀଙ୍କୁ ମାଗଣା ପାଠ୍ୟପୁସ୍ତକ ମିଳିବା ସହ କୌଣସି ପାଠ୍ୟକ୍ରମ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିବା ଏହାସହ ଛାତ୍ରଛାତ୍ରୀମାନେ ବିନା କୌଣସି ଶୁଳ୍କରେ ପରୀକ୍ଷା ମଧ୍ୟ ଦେବୋ
ଏସ୍ଆଇଓଏସ୍ରେ ଯେପରି ଅଧିକରୁ ଅଧିକ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ, ସେଥିପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯାଉଛିା ଜିଲ୍ଲା ଓ ବ୍ଲକ୍ ସ୍ତରରେ ନାମଲେଖା ପାଇଁ କ୍ୟାମ୍ପର ଆୟୋଜନ କରାଯାଇଛିା ଛାତ୍ରଛାତ୍ରୀମାନେ ଏହି କ୍ୟାମ୍ପକୁ ଆସି ସୁବିଧାରେ ନାମ ଲେଖାଇପାରୁଛନ୍ତିା ଏହା ସହ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ମଧ୍ୟ ବିଭିନ୍ନ ବ୍ୟବସ୍ଥା କରାଯାଇଛିା ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ପିଲାଙ୍କ ଘରକୁ ଘର ଯାଇ କାଉନ୍ସେଲିଂ କରୁଛନ୍ତିା ରାଜ୍ୟ ବାହାରେ ଥିବା ପିଲାମାନେ ଯେପରି ନାମ ଲେଖିପାରିବେ, ସେଥିପାଇଁ ଶିକ୍ଷକମାନେ ତାଙ୍କୁ ମୋବାଇଲ୍ ମାଧ୍ୟମରେ ଯୋଗାଯୋଗ କରି ନାମ ଲେଖାଇବାକୁ ବୁଝାଉଛନ୍ତିା ଅଧିକ ସଚେତନତା ସୃଷ୍ଟି କରିବାକୁ ଲିଫ୍ଲେଟ୍ ବା ସଚେତନ ପତ୍ରିକା ବଣ୍ଟାଯିବା ସହ ଅଟୋରିକ୍ସାରେ ମାଇକ୍ ଯୋଗେ ପ୍ରଚାର କରାଯାଉଛିା

Leave A Reply

Your email address will not be published.