ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱଂୟଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସାମ୍ବାଦିକ ଏକାଦଶ ବନାମ ପୌରପରିଷଦ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଛି।
ସକାଳେ ପ୍ରଥମେ ଏକ ୧୦ ଓଭରର କ୍ରିକେଟ ମ୍ୟାଚ୍ ୨ଟି ସାମ୍ବାଦିକ ଦଳଙ୍କ ମଧ୍ୟରେ ହୋଇଥିଲା। ଗୋଟିଏ ଦଳର ନେତୃତ୍ୱ ସାମ୍ବାଦିକ ବାସୁଦେବ ଦାଶ ନେଇଥିବା ବେଳେ ଅନ୍ୟ ଦଳଟିର ନେତୃତ୍ୱ ସାମ୍ବାଦିକ ସରୋଜ ବୀର ନେଇଥିଲେ। ବାସୁଦେବଙ୍କ ନେତୃତ୍ୱରେ ସାମ୍ବାଦିକ ‘କ’ ଟିମ୍ ୧୦ ଓଭରରେ ୮୮ ରନ୍ କରିଥିବା ବେଳେ ସରୋଜଙ୍କ ନେତୃତ୍ୱରେ ଟିମ୍ ‘ଖ’ ୧୦ ଓଭରରେ ୭୪ ରନ୍ କରିଥିଲେ। ପ୍ରଥମ ମ୍ୟାଚରେ ଟିମ୍ ‘କ’ ୧୪ ରନ ବ୍ୟବଧାନରେ ଜିତାପଟ ହାସଲ କରିଥିଲେ। ସେହିଭଳି ମାଧ୍ୟହ୍ନରେ ପ୍ରଥମ ମ୍ୟାଚରେ ବିଜୟ ଲାଭ କରିଥିବା ସାମ୍ବାଦିକ ଏକାଦଶ ସହ ପୌରପରିଷଦ ଏକାଦଶ ମଧ୍ୟରେ ସ୍ୱାୟତ୍ତ ଶାସନ ଉପଲକ୍ଷେ ଏକ ୧୫ ଓଭରର ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମେ ପୌରପରିଷଦ ଏକାଦଶ ବ୍ୟାଟିଂ କରି ୧୭୯ ରନ୍ ହାସଲ କରିଥିବା ବେଳେ ସାମ୍ବାଦିକ ଏକାଦଶ ୧୧୬ ରନ୍ ହାସଲ କରିଥିଲେ। ୬୩ ରନ୍ ବ୍ୟବଧାନରେ ପୌରପରିଷଦ ଏକାଦଶ ବିଜୟ ହୋଇଥଲା।
ଏହି ବନ୍ଧୁତ୍ୱ ପୂର୍ଣ୍ଣ ମ୍ୟାଚରେ ପାରଳାଖେମୁଣ୍ଡି ପୋର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ୨ଟି ଦଳକୁ ଶୁଭେଚ୍ଛା ଜଣାଇଥିଲେ।
କେ .ରାମସ୍ବାମୀ , କେ. ଶ୍ରୀନୁ ଓ ଶୁଭମ ରାଉତ ଅମ୍ପରିଙ୍ଗ କରିଥଲେ।
ଏହି କ୍ରିକେଟ ଖେଳ ପାଇଁ ପାରଳାଖେମୁଣ୍ଡିର ସମସ୍ତ ସାମ୍ବାଦିକ ଏବଂ ପୌରପରିଷଦର ସମସ୍ତ କର୍ମଚାରୀ ଓ ୱାର୍ଡ କାଉନସିଲର ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post