ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ): ସରପଡ଼ା ପଂଚାୟତ ବଡ଼ଥାକନ ସ୍ଥିତ ବାସୁଦେବ ଆଶ୍ରମରେ ବହୁ ସାଧୁ ସନ୍ଥମାନଙ୍କୁ ନେଇ ଏକ ସ୍ୱଧର୍ମ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ସାମାଜିକ ସ୍ତରରେ ଧାର୍ମିକ ଚେତନା ଜାଗ୍ରତ ଉଦ୍ଦେଶ୍ୟରେ ଏହି ସମ୍ମିଳନୀରେ ବହୁ ସାଧୁ, ସନ୍ଥ ଓ ସନ୍ନ୍ୟାସୀ ଯୋଗ ଦେଇ ସେମାନଙ୍କର ଆଧ୍ୟାତ୍ମିକ ବାର୍ତା ବିଷୟରେ ଆଲୋଚନା କରିଛନ୍ତି । ପବିତ୍ର ଭାଦ୍ରବ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ଆଶ୍ରମର ଅଧିଷ୍ଠାତା ବାବା ବ୍ରହ୍ମଅବଧୂତ ସୁକାନ୍ତ ଦାସ ମହାରାଜ ଜୀଙ୍କ ଶୁଭ ସ୍ୱନକ୍ଷେତ୍ର ଦିବସ ଅବସରରେ ପ୍ରତ୍ୟଷରୁ ସାରାଦିନ ବ୍ୟାପୀ ଆଶ୍ରମ ପରିସରରେ ରହିଥିବା ବିଭିନ୍ନ ଦେବାଦେବୀଙ୍କ ପୂଜାର୍ଚ୍ଚନା ସହ ବେଦପାଠ, ପାଲା, ରାହାସ ଓ ପ୍ରବଚନ କାର୍ଯ୍ୟକ୍ରମ କରାଯାଇଛି । ଅପରାହ୍ନରେ ବାବାଙ୍କ ପୌରହିତ୍ୟରେ ଆୟୋଜିତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସନ୍ନ୍ୟାସୀ ସତ୍ୟାନନ୍ଦ ବ୍ରହ୍ମଚାରୀ, ସନ୍ନ୍ୟାସୀ ଅଶୋକାନନ୍ଦ ବ୍ରହ୍ମଚାରୀ, ପୂର୍ଣ୍ଣ ବ୍ରହ୍ମ ଅବଧୂତ ଶ୍ରୀ ଶ୍ରୀ ଗୋସ୍ୱାମୀ ଅଖାବାବା, ବିଜ୍ଞାନୀ ଗୁରୁ ସନ୍ଥ ରେକି ମିଶନ, ସାଧୁ ରୁଦ୍ରନାରାୟଣ ଦାସ, ନିତ୍ୟାନନ୍ଦ ଦାସ, ଶରତଚନ୍ଦ୍ର ରାଉଳ, ଅଜୟ ଦାସ, ଧନେଶ୍ୱର ଦାସ ପ୍ରମୁଖ ଯୋଗଦାନ କରି ଚିତ୍ରରୁ ଚେତନା ଜାଗ୍ରତ କରାଇବା ର ମୂଳତତ୍ୱ, ଉକôଳୀୟ ପରମ୍ପରା ଏବଂ ଧର୍ମରକ୍ଷାର ଗଭୀର ଧାର୍ମିକ ମର୍ମ ସଂକ୍ରାନ୍ତରେ ବିଷଦ ଆଲୋଚନା କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସଂଜୟ ପରିଡ଼ା, ବାବାଜୀ ପରିଜା, ମେଘୁ ରାଉତ, ଅନିରୁଦ୍ଧ ଓଝା, ହେମନ୍ତ ନାୟକ, ପଣ୍ଡିତ ମାଧବ ଲକ୍ଷ୍ମୀନାରାୟଣ ମିଶ୍ର, ପ୍ରଭାବତୀ ଭୂୟାଁ, ମୀରା ପଣ୍ଡା, ନିତ୍ୟାନନ୍ଦ ସ୍ୱାଇଁ, ମାତା ରାଉଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏଥିରେ ଶହ ଶହ ସଂଖ୍ୟାରେ ବାବାଙ୍କ ଆଶ୍ରିତ ଶିଷ୍ୟ ଓ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ଧର୍ମୀୟ ଚେତନାରେ ଉଦ୍ବୃଦ୍ଧ ହୋଇଥିଲେ ।
Sign in
Sign in
Recover your password.
A password will be e-mailed to you.