ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାରଳାର ସାହିତ୍ୟ ଧାରାରେ ଗୋପୀନାଥ ନନ୍ଦଶର୍ମା ‘ଶୀର୍ଷକ’ ପାଠଚକ୍ର

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ‘ପାରଳା ସାହିତ୍ୟ ଧାରାରେ ଗୋପୀନାଥ ନନ୍ଦଶର୍ମା’ ଶୀର୍ଷକ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଅଜୟ କୁମାର ତ୍ରିପାଠୀ ସଭାପତିତ୍ବରେ ମୁଖ୍ୟବକ୍ତା ଭାବେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇ ଗୋପୀନାଥ ନନ୍ଦଶର୍ମାଙ୍କ କୃତି ଓ କୃତିତ୍ବ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଜପତି ଜିଲ୍ଲାର ଉପଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଯୋଗଦେଇ ଗୋପୀନାଥ ନନ୍ଦଶର୍ମା ଜଣେ ବିଦ୍ୱାନ ବ୍ୟକ୍ତି ତଥା ପାରଳାଖେମୁଣ୍ଡିର ନମସ୍ୟ ପଣ୍ଡିତ ଥିଲେ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।
ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଜିତେନ୍ଦ୍ରନାଥ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଗୋପୀନାଥ ନନ୍ଦଶର୍ମାଙ୍କ ସମ୍ପର୍କରେ ଅଧିକ ଗବେଷଣା , ଆଲୋଚନା , ପର୍ଯ୍ୟାଲୋଚନା ଆଦି କରିବାର ଆବଶ୍ୟକତା ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ।
ଓଡ଼ିଆ ବିଭାଗର ମୁଖ୍ୟ ଡ଼. ଚନ୍ଦ୍ରଶେଖର ଦାସ ପ୍ରାରମ୍ଭିକ ଭାଷଣରେ ପାଠଚକ୍ରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହିତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ଶେଷରେ ଅଧ୍ୟାପକ ଅର୍ଜୁନ ଜେନା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଉପସ୍ଥିତ ଥିଲେ।

Leave A Reply

Your email address will not be published.