ଗଂଜାମ ଜିଲ୍ଲା ପ୍ରତିନିଧି,(ନିଲୁ ବିଷୋୟୀ):- ଗଞ୍ଜାମ ଜିଲ୍ଲା ବେଲଗୁ଼ଣ୍ଠା ଥାନାରେ ସୋମବାର ନୂତନ ଥାନାଧିକାରୀ ଭାବେ ବନବିହାରୀ ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶ୍ରୀ ପ୍ରଧାନ ପୂର୍ବରୁ ଖୋର୍ଦ୍ଧା ଟାଉନ୍ ଥାନାରେ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ । ବେଲଗୁଣ୍ଠାରେ ପୂର୍ବରୁ ଥାନାଧିକାରୀ ଭାବେ କାଯ୍ୟରତ ଥିବା ପ୍ରକାଶ କୁମାର ସାହୁଙ୍କ ଯାଜପୁର ଜିଲ୍ଲାକୁ ବଦଳି ହୋଇଛି। ନୂତନ ଥାନାଧିକାରୀ ଶ୍ରୀ ପ୍ରଧାନ ଟ୍ରାଫିକ ନିୟନ୍ତ୍ରଣ, ଅସାମାଜିକ କାଯ୍ୟ କଳାପ ଉପରେ ତୀକ୍ଷ୍ମ ନଜର,ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ୫ଟି ଆଧାରରେ ଜନସାଧାରଣ ଙ୍କୁ ଉତ୍ତର ବ୍ୟବହାର ପ୍ରଦର୍ଶନ ସହ ସମସ୍ୟା ଗୁଡ଼ିକର ସମାଧାନ ଉପରେ ଗୁରୁତ୍ୱ ଦେବେ ବୋଲି ପ୍ରକାଶ କରିବା ସହିତ ଅଞ୍ଚଳ ବାସୀଙ୍କ ସହଯୋଗ କାମନା କରିଛନ୍ତି। ନୂତନ ଥାନାଧିକାରୀ ଶ୍ରୀ ପ୍ରଧାନ ଯୋଗ ଦେବା ପରେ ଅଞ୍ଚଳର ବିଭିନ୍ନ ବର୍ଗର ନେତୃବୃନ୍ଦ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.