ଜମନକିରା ଥାନା ନୂତନ ଅଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0

ଜମନକିରା,୨୧/୮: (ଲିପନ ନାଏକ ) ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଧିକାରୀ ସୁଶାନ୍ତ ଦାଶଙ୍କ ବଦଳି ପରେ ଆଇଆଇସି ପଦ ୯ ଦିନ ଖାଲି ପଡ଼ିଥିଲା। ଆଜି ୨୧ ତାରିଖ ଦିନ ଶ୍ରୀମତୀ ପଦ୍ମାଳୟା ସାହୁ ଆନୁଷ୍ଠାନିକ ଭାବେ ଜମନକିରା ଥାନାରେ ନୂତନ ଅଧିକାରୀ ଭାବେ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ଶ୍ରୀମତୀ ପଦ୍ମାଳୟା ସାହୁ ଏହା ପୂର୍ବରୁ କେନ୍ଦୁଝର ପଣ୍ଡପଡ଼ା ଏବଂ ଯୋଡ଼ା ଥାନାରେ ଆଇଆଇସି ଭାବେ ଦକ୍ଷତା ପୂର୍ବକ କାର୍ଯ୍ୟ ତୁଲାଇ ପୁରସ୍କୃତ ହୋଇ ପାରିଛନ୍ତି। ଆଜି ଯୋଗଦାନ ପରେ ସେ ଜମନକିରା ଥାନା ଅଧୀନରେ ଥିବା ୧୧ ଟି ପଞ୍ଚାୟତରେ ଆଇନ ଶୃଙ୍ଖଳା କୁ ଜୋରଦାର କରିବେ, ଏଥିସହ ପାଟ୍ରୋଲିଂ, ଚୋରି, ରାହାଜାନୀ, ଡକାୟତି, ଗଞ୍ଜେଇ କାରବାର, ଜୁଆ, ସଟ୍ଟା, କୁକୁଡ଼ା ଲଢେ଼ଇ ଆଦି ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିବେ। ତସହିତ ଆମ ପୋଲିସ ସମିତି ବୈଠକ, ଜନ ସଂପର୍କ ଶିବିରର ଆୟୋଜନ ଆଦି କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେବେ ବୋଲି କହିଥିଲେ। ବରିଷ୍ଠ ନାଗରିକ ମାନଙ୍କ ସହ ସମୟାନୁସାର ବୈଠକ କରାଯିବା ସହ ସାମ୍ବାଦିକ ମାନଙ୍କ ସହ ସୁସମ୍ପର୍କ ରଖି କାର୍ଯ୍ୟ କରିବେ ବୋଲି କହିଥିଲେ। ଆଜି ସାକ୍ଷାତ ବେଳେ ସାମ୍ବାଦିକ ସଂଘ (OJU) ସମ୍ବଲପୁର ଶାଖାର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପ୍ରସାଦ ଦାନୀ, ଜିତେନ୍ଦ୍ର କୁମାର ମୁଦୁଲି, ସତ୍ୟପ୍ରିୟ ମହାପାତ୍ର, ଲିପନ କୁମାର ନାୟକ, ରବୀନ୍ଦ୍ର କୁମାର ପଟେଲ, ଅକ୍ଷୟ କୁମାର ଦେହୁରୀ, ଅଶୋକ କୁମାର ପଟେଲ, ନରେନ୍ଦ୍ର ସାହୁଙ୍କ ସମେତ ଅନ୍ୟ ସାମ୍ବାଦିକ ମିଶି ଶ୍ରୀମତୀ ସାହୁଙ୍କ ସହିତ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ।

Leave A Reply

Your email address will not be published.