ଉପଜିଲ୍ଲାପାଳଂକ ନିଲଜି ପତରାର ମଧ୍ଯମ ଜଳସେଚନ ପ୍ରକଳ୍ପ ନିରୀକ୍ଷଣ

0

ଝାରବନ୍ଧ-ମନୋହର ଦାଶ: ଝାରବନ୍ଧ ବ୍ଲକରେ ଜିଲ୍ଲାପାଳଂକ ଅଭିଯୋଗ ଶୁଣାଣିରେ ଲଉଡିଦରାହ୍ ପଂଚାୟତର ନିଲଜିପତରା ଗ୍ରାମବାସୀ ତାଂକ ଗ୍ରାମରେ ଥିବା ମଧ୍ଯମ ଜଳସେଚନ ପ୍ରକଳ୍ପ ‘ଘାଟି’ ରୁ ସଂଚିତ ବର୍ଷାଜଳ ଚାଲି ଯାଉଥିବା ଯୋଗୁଁ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ଆଣିଥିଲେ । ଆଡିବନ୍ଧର ସଟର୍ ରେ ଫାଟ ଯୋଗୁଁ ସଂଚିତ ବର୍ଷାଜଳ ଚାଲିଯାଉଥିବାରୁ ଆବଶ୍ଯକତା ସମୟରେ ଆଉ ଚାଷଜମିକୁ ପାଣି ଲାଗିପାରିବ ନାହିଁ ବୋଲି ଆଶଂକା କରି ସେମାନେ ବହୁଥର ଜଳସେଚନ ବିଭାଗକୁ କହିଛନ୍ତି। ମାତ୍ର ଆଜି ପର୍ଯ୍ଯନ୍ତ ବିଭାଗ ପକ୍ଷରୁ ସମସ୍ଯାର ସମାଧାନ ହୋଇନାହିଁ ଓ ଆଜି ମଧ୍ଯ ମୂଲ୍ଯବାନ ଜଳ ନଷ୍ଟ ହୋଇଚାଲିଛି ବୋଲି ସେମାନେ ଜିଲ୍ଲାପାଳଂକୁ ଜଣାଇଥିଲେ ।

ଏହି ସମସ୍ଯାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ମନିଷା ବାନାର୍ଜୀ ପଦ୍ମପୁର ଉପଜିଲ୍ଲାପାଳଂକୁ ଘଟଣାସ୍ଥଳକୁ ଯାଇ ନିରୀକ୍ଷଣ କରିବାକୁ କହିଥିଲେ । ଉପଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର ଓ ଝାରବନ୍ଧ ତହସିଲଦାର ସୀତାରାମ ଭୋଇ ନିଲଜିପତରା ଗ୍ରାମରେ ଥିବା ମଧ୍ଯମ ଜଳସେଚନ ପ୍ରକଳ୍ପ ସ୍ଥଳକୁ ଯାଇ ସେଠାରେ ଜଳସେଚନ ବିଭାଗ ଏସ୍ ଡି ଓ ଏବଂ ଗ୍ରାମବାସୀଂକ ଉପସ୍ଥିତିରେ ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରକଳ୍ପର ସମସ୍ତ ଭାଗର ସମୀକ୍ଷା କରି ଉପଜିଲ୍ଲାପାଳ ଶ୍ରୀ କୁମ୍ଭାର ତୁରନ୍ତ ସଟର୍ ର ଫାଟ ମରାମତି ପାଇଁ ଏସ୍ ଡି ଓଂକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଭବିଷ୍ଯତରେ ଯେପରି ଏଭଳି ସମସ୍ଯା ନଉପୁଯେ ସେଥିପ୍ରତି ଗୁରୁତ୍ବ ଦେବାକୁ ଶ୍ରୀ କୁମ୍ଭାର କହିଛନ୍ତି ।

Leave A Reply

Your email address will not be published.