ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ ପାଠପଢା ଠପ୍

0

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ ଶିକ୍ଷକ ପଦବୀ ପୂରଣ ପାଇଁ। ଅନେକ ଦିନ ହେଲା ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଶିକ୍ଷକ ପଦବୀ ପୂରଣ ପାଇଁ ବାରମ୍ବାର ଅଭିଯୋଗ କରିଥିଲେ। ଶେଷରେ ଆଜି ତାଲପାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବିଦ୍ୟାଳୟକୁ ତାଲା ପକାଇ ବିଦ୍ୟାଳୟ ସମ୍ମୁଖ ରେ ଧାରଣାରେ ବସିଥିଲେ। ଖବର ପାଇ ଗାଇସିଲାଟ ବ୍ଲକ ଶିକ୍ଷା ଅଧିକାରୀ ରାମଲାଲ ବରିହା ପହଞ୍ଚି ଥିଲେ। ଅନେକ ବୁଝାସୁଝା ପରେ ମଧ୍ଯ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଧାରଣା ସ୍ଥଳରୁ ଓହରି ନଥିଲେ। ଖବର ପାଇ ଗାଇସିଲାଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ ଦେବତା ଘଟଣା ସ୍ଥଲ କୁ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ବୁଝାସୁଝା ପରେ କିଛି ଦିନ ପାଇଁ ୨ ଜଣ ଶିକ୍ଷକ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦେଲେ ଏବଂ କିଛିଦିନ ମଧ୍ଯରେ ସମସ୍ତ ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନ ର ପ୍ରତିଶ୍ରୁତିକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ବିଶ୍ବାସ ହୋଇପାରିନଥିଲା।ଖବର ଲେଖିବା ସୁଦ୍ଧା ଧାରଣାରେ ରହିଛନ୍ତି।ସୂଚନାଯୋଗ୍ୟ ତାଲପାଲି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦବୀ,ସହଯୋଗୀ ଶିକ୍ଷକ ,ସଂସ୍କୃତ ଶିକ୍ଷକ, କିରାଣୀ, ପିଅନ ଦୁଇ ଗୋଟି,ପ୍ରାଥମିକ ବିଦ୍ୟାଳୟ ତିନି ଜଣ ଶିକ୍ଷକ ପଦବୀ ଖାଲି ରହିଛି।ଏହି ବିଦ୍ୟାଳୟ ରେ ୩୨୪ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଛନ୍ତି। ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀ ମାନଙ୍କ ପାଠପଢା ଠିକ୍ ଭାବରେ ହୋଇପାରୁ ନାହିଁ। ଆଗକୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପରୀକ୍ଷା ଅଛି କିନ୍ତୁ ଦୁଃଖ ଆଉ ପରିତାପର ବିଷୟ ଯେ ଏଯାଏଁ ସେହି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ସଂସ୍କୃତ ବହି ଖୋଲି ନାହିଁ। ସରକାର ଶିକ୍ଷା ବିଭାଗ ରେ ଏତେ ଗୁଡିଏ ଟଙ୍କା ଖର୍ଚ୍ଚ କରୁଛନ୍ତି କିନ୍ତୁ ଆଜି ମଧ୍ଯ ଶିକ୍ଷକ ଅଭାବ ଯୋଗୁଁ ଆଜି ଅନେକ ଛାତ୍ରଛାତ୍ରୀ ବିଦ୍ୟାଳୟ ସମ୍ମୁଖରେ ତାଲା ପକାଇ ଧାରଣା ରେ ବସୁଛନ୍ତି।

Leave A Reply

Your email address will not be published.