ଅସ୍ତରଂଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ବଳଭଦ୍ରପୁର ୟୁ ଜି ୟୁ ପି ,ରେ କାର୍ଯ୍ୟ ରତ ଥିବା ସହକାରୀ ଶିକ୍ଷକ ଶ୍ରୀମତୀ ଜାନକୀ ସାମାଡ ଙ୍କ ଏହି ବ୍ଲକ ଅଧିନ ରାଇକଣା ପ୍ରୋଜେକ୍ଟ ପ୍ରାଇମେରୀ ବିଦ୍ୟାଳୟ କୁ ଡେପୁଟେଶନ ହୋଇ ଥିବାରୁ ,ତାହାର ପ୍ରତି ବାଦ ରେ ବଳଭଦ୍ରପୁର ଗ୍ରାମ ବାସୀ ଓ ଅଭିଭାବକ ମନେ ସୋମବାର ଦିନ ଜାନକୀ ଙ୍କ ଡେପୁଟେଶନ କୁ ବାତିଲ ଦାବି କରି ବିଦ୍ୟାଳୟରେ ତାଲା ପକାଇ ଧାରଣା ଦେଇଥିବା ଦେଖିବାକୁ ମିଳିଅଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ,ଏହି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସଂଖ୍ୟା ୧୧୬ରହିଥିବା ବେଳେ,ଶିକ୍ଷକ ଓ ଶିକ୍ଷୟତ୍ରୀ ସଂଖ୍ୟା ୬ରହି ଅଛି ଓ, ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଶ୍ରେଣୀ ଗୃହ ରହିଅଛି । କିନ୍ତୁ ଜାନକୀ ଦିଦି,ଜଣେ ଭଲ ଶିକ୍ଷକ ତଥା ଛାତ୍ର ବଶ୍ଚଳ ରହିଥିବାରୁ ଶିକ୍ଷ୍ୟା ଦାନରେ ବାଧାସୃଷ୍ଟି ଆଶଙ୍କା ସହ, ପ୍ରଧାନ ଶିକ୍ଷକ ବିଦ୍ୟାଳୟ ର ଅନାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁ ଥିବାରୁ, ଗ୍ରାମବାସୀ ମାନେ ଜାନକୀ ଗୁରୁ ମାଙ୍କୁ ଛାଡ଼ିବାକୁ ନାରାଜ ଥିବା,ବିଦ୍ୟାଳୟ କମିଟି ଚେୟାରମ୍ୟାନ ପ୍ରଶାନ୍ତ କାନ୍ଦି, ୱାଡ ମେମ୍ବର, କପିଳ ବିଶ୍ଵାଳ,ଓ ଭିକାରୀ ବେହେରା ପ୍ରକାଶ କରିଛନ୍ତି । ଏହି ବିଷୟରେ,ବ୍ଲକ ରେ ଥିବା ଅତିରିକ୍ତ ଶିକ୍ଷାଧିକାରୀ ମମତା ଦଳାଇ ଙ୍କୁ ପଚାରି ବାରେ ସେ ମହାଶୟ କହିଥିଲେ ଯେ,ଆମେ ଜାନକୀ ଗୁରୁ ମା ଙ୍କୁ ଟ୍ରାନସଫର୍ କରି ନାହୁଁ,ତାଙ୍କୁ ଡେପୁଟେଶନ ରେ ପଠା ଯାଇଛି । ରାଇକଣା ବିଦ୍ୟାଳୟ ରେ ସ୍ଥାୟୀ ପୋଷ୍ଟିଂ ଦିଆଗଲେ ଜାନକୀ ଦିଦି ତାଙ୍କ ନିଜ ସ୍ଥାନକୁ ଫେରି ଆସିବେ । ବହୁତ ଆଲୋଚନା ପର୍ଯ୍ୟଲୋଚନା ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଅମରେଶ୍ୱର କାଣ୍ଡୀ ଙ୍କୁ ପଚାରି ବାରେ ସେ କହିଥିଲେ ଯେ,ଆଜି ଦିନଟି ଆମ୍ଭକୁ ସମୟ ଦିଅନ୍ତୁ,ଆସନ୍ତାକାଲି ମୁଁ ନିଜେ ବ୍ଲକ ର ବିଭାଗୀୟ ଅଧିକାରୀ ଙ୍କ ସଙ୍ଗେ ଆଲୋଚନା କରି ଜଣାଇଲା ପରେ,ଆପଣ ମାନେ ଯାହା ନିଷ୍ପତି ନେବେ । ଏହିକଥା ଗ୍ରାମ ବାସୀ ଅବଗତ ହେବା ପରେ,ବିଦ୍ୟାଳୟ ର ଫାଟକ ଖୋଲା ଯାଇ ଥିଲା ।ଏହି ସବୁ କାର୍ଯୟକ୍ରମ ରେ ଶ୍ରୀଧର ନାୟକ,ଚିନ୍ମୟୀ କଣ୍ଡି, ଲକି ଜେନା,ଶେଖର କଣ୍ଡୀ,ରେଶମା ବେଗମ୍,ଶିବ କୃଷ୍ଣ କାଂଡି ଙ୍କ ସମେତ ବହୁ ଗ୍ରାମ ବାସୀ ଉପସ୍ଥିତ ଥିଲେ । ଯଦି ମଙ୍ଗଳବାର ଦିନ ଏହି ସମସ୍ୟା ନ ସୁଧୁରେ ତାହାଲେ,ଗ୍ରାମ ବାସୀ ମାନେ ବିଦ୍ୟାଳୟ ରେ ତାଲା ପକାଇ ଧାରଣା ଦେବେ ବୋଲି କହି ଛନ୍ତି ।
Sign in
Sign in
Recover your password.
A password will be e-mailed to you.