ମାହାଙ୍ଗା ଗୋକନ ନାବାଳିକା ମୃତ୍ୟୁ ଘଟଣା : ମୃତ ନାବାଳିକା ପିତା ଙ୍କ ଅର୍ଗସ ନିୟୁଜ ଚାନେଲ ଏବଂ ବ୍ୟକ୍ତି ବିଶେଷ ଙ୍କ ନାମରେ ଥାନାରେ ଅଭିଯୋଗ

0

 ପରିବାର ବର୍ଗ ଙ୍କ ମାନ ସମ୍ନାନ ଖୁର୍ଣ୍ଣ ହେଉଥିବାରୁ ସପରିବାର ଆତ୍ମହତ୍ୟା କରିବାକୁ ଚେତାବନୀ : ଯାହାପାଇଁ ଦାୟୀ ରହିବ ଗଣମାଧ୍ୟମ ଏବଂ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ l

 (ଶାସକପ୍ରଶାସକ-ମାହାଙ୍ଗା): ଦିନକୁ ଦିନ କେତେକ ନିର୍ଦ୍ଧିଷ୍ଟ ବ୍ୟକ୍ତି ବିଶେଷ ଏବଂ ବିଶେଷ କରି ଏକ ଅର୍ଗସ ଚାନେଲ ଗଣମାଧ୍ୟମ ମୃତ ପରିବାରଙ୍କ ମାନସମ୍ନାନ କୁ ବିଭିନ୍ନ ପ୍ରକାର ଅପପ୍ରଚାର କରି ଖୁର୍ଣ୍ଣ କରିବାରେ ଲାଗିଛନ୍ତି ବୋଲି ଆଭିଯୋଗ ହୋଇଛି l ମାହାଙ୍ଗା ଗୋକନ ଶୁଖୁଆପଡା ନାବାଳିକା ମୃତ୍ୟୁ ଘଟଣା ରେ ଥାନାରେ ଅଭିଯୋଗ କରିଛନ୍ତି ମୃତ ନାବାଳିକା ର ପିତା ପ୍ରମୋଦ କୁମାର ଦାସ l ପ୍ରମୋଦ ଅର୍ଗସ ନିୟୁଜ ଚାନେଲ ଏବଂ କେତେକ ବ୍ୟକ୍ତି ବିଶେଷ ଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାଯାଇଛି l ଅଭିଯୋଗ ଅନୁଯାୟୀ ପ୍ରମୋଦ ପ୍ରକାଶ କରିଛନ୍ତି କି ତାଙ୍କ କନ୍ୟା ଙ୍କ ପୂର୍ବରୁ ବାତ ରୋଗ ରହିଥିଲା ଯାହାଫଳରେ 18 ତାରିଖ ରେ ବାତ ରୋଗ ପାଇଁ ତାଙ୍କ କନ୍ୟା ମୃତ୍ୟବରଣ କରିଥିଲେ l ଏହି ଘଟଣା ସାହି ପଡିଶାକୁ ଜଣାଇ ଶବ ସତ୍କାର କରିଦେଇଥିଲେ l କିନ୍ତୁ ଗତ କିଛି ଦିନ ହେବ କିଛି ଗଣମାଧ୍ୟମ ବିଶେଷ କରି ଅର୍ଗସ ଚାନେଲ ଏବଂ କିଛି ବ୍ୟକ୍ତି ବିଶେଷ ତଥା ବିଜେପି ନେତା ଶାରଦା ପ୍ରଧାନ, ରାମଚନ୍ଦ୍ର ବେହେରା ବେହେରା, ଦିଲ୍ଲୀପ କୁମାର ସାହୁ କାଳେ ପ୍ରମୋଦ ତାଙ୍କ ଝିଅକୁ ମାରିଦେଇଥିବା ଏବଂ ଆତ୍ମହତ୍ୟା କରିଥିବାର କଥାକୁ ପ୍ରଚାର କରିଥିବାର ଅଭିଯୋଗ ହୋଇଛି l ଯାହାଫଳରେ ପ୍ରମୋଦ ଙ୍କ ପରିବାର ର ମାନସମ୍ମାନ ସମାଜରେ ଖୁର୍ଣ୍ଣ ହେଉଅଛି ଏହାଦ୍ୱାରା ପ୍ରମୋଦ ଙ୍କ ପରିବାର ବିଭିନ୍ନ ମାନସିକ ଦୁଶ୍ଚିନ୍ତା ରେ ଗତି କରୁଅଛନ୍ତି l ଏପରିକି ଏହି ଘଟଣାରେ ମୃତ ନାବାଳିକା ଙ୍କ ସପରିବାର ମାନସିକ ସ୍ତରରେ ଭାଙ୍ଗିପଡି ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଥିବାର ଅଭିଯୋଗ ହୋଇଛି l ଅପରପକ୍ଷରେ ମୃତ ନାବାଳିକା ଙ୍କ ସପରିବାର ପ୍ରକାଶ କରିଛନ୍ତି କି ଯଦି ଭବିଷ୍ୟତ ରେ ଏଭଳି କିଛି ଘଟଣା ଘଟେ ତାହାଲେ ଉପରୋକ୍ତ ବ୍ୟକ୍ତି ବିଶେଷ ମାନେ ଦାୟୀ ରହିବେ ବୋଲି ପ୍ରମୋଦ କୁମାର ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ସୂଚନାଥାଉକି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ କିଛି ଦିନ ହେବ ନାବାଳିକା ଛାତ୍ରୀ ମୃତୁ ଘଟଣା ସମଗ୍ର ଅଞ୍ଚଳରେ ଶୋକର ପରିବେଶ ସୃଷ୍ଟି କରିଛି l ବିରୋଧୀ ଦଳ ନେତା ମାନେ ଏହାକୁ ନେଇ ହୀନ ରାଜନୀତି କରିବାକୁ ପଛାଉନାହାନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଯୋର ଧରିଛି l ମାହାଙ୍ଗା ବ୍ଲକ ଗୋକନ ପଞ୍ଚାୟତ ଶୁଖୁଆପଡ଼ା ଗ୍ରାମରେ ଏକ ନାବାଳିକାର ମୃତ୍ୟୁ ଘଟିଥିଲା l ଯେଉଁ ଘଟଣା ଏକ ଶିକ୍ଷକ ପାଇଁ ଘଟିଥିଲା ବୋଲି ଚର୍ଚ୍ଚା ହେଉଥିଲା ବେଳେ ଏକ ଭାଇରାଲ ଅଡିଓ ଏବଂ ଚିଠି ଏହି ଘଟଣା କୁ ନୂଆ ମୋଡ଼ ଦେଇଥିଲା l ଏହି ଅଡିଓରେ ସୁଗୁଥିବା କଣ୍ଠ ସ୍ୱର ପୂର୍ବତନ ମାହାଙ୍ଗା ପଞ୍ଚାୟତ ସମିତି ଅଧକ୍ଷ ଶରତ ନାୟକଙ୍କ ବୋଲି ଜଣାଯିଵା ପରେ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଶରତଙ୍କୁ ବରଖାସ୍ତ କରିଥିଲେ କଟକ ଜିଲ୍ଲା ବିଜୁ ଜନତା ଦଳ ସଭାପତି l ଏହି ଘଟଣାର ଆଇଜି ସ୍ତରୀୟ ତଦନ୍ତ ଚାଲୁଥିଲା ବେଳେ ଆଡିସନାଲ ଏସପି ମାହାଙ୍ଗାରେ ତଦନ୍ତ ଜାରି ରଖିଥିବାର ଜଣାଯାଇଛି l ଅପରପକ୍ଷରେ ମୃତକ ନାବାଳିକା ପିତା ପ୍ରମୋଦ ଦାସ ଅରଗସ୍ ଟିଭି ଚ୍ୟାନେଲ ଏବଂ କିଛି ବ୍ୟକ୍ତି ବିଶେଷ ଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିବା ସହ ନିଜ ପରିବାର ଇଜତ କୁ ସୁରକ୍ଷା ଦେବା ପାଇଁ ଆଇନ ପ୍ରଶାସନ କୁ ଅନୁରୋଧ କରିଛନ୍ତି l ତେବେ ଆଇନ ପ୍ରଶାସନ ପକ୍ଷରୁ ପ୍ରମୋଦଙ୍କୁ ନ୍ୟୟ ପ୍ରଦାନ ପାଇଁ ସାଧାରଣ ଏବଂ ମୃତ କନ୍ୟାର ପରିବାର, ସମ୍ପର୍କୀୟ ଲୋକେ ଦୃଢ଼ ଦାବି କରିଛନ୍ତି।

Leave A Reply

Your email address will not be published.