ଅସ୍ତରଂଗ: ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶ କ୍ରମେ, ନ ଦଫା ଦାବି ନେଇ ,ଶୁକ୍ରବାର ଦିନ ଅସ୍ତରଙ୍ଗ ବ୍ଲକ କଂଗ୍ରେସ କମିଟି ସଭାପତି ସୁକାନ୍ତ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷ ତାରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅସ୍ତରଙ୍ଗ ବ୍ଲକ ସମ୍ମୁଖରେ ଅନୁଷ୍ଠିତ ହୋଇ ଯାଇ ଅଛି ।ଏହି ଉପଲକ୍ଷେ ଏକ ରାଲି ଅସ୍ତରଙ୍ଗ ତାରିଣୀ ମନ୍ଦିର ଠାରୁ ବାହାରି,ବି ଜେ ଡି ସରକାର ବିରୁଦ୍ଧରେ ବିଭିନ୍ନ ନାରାଦେଇ ବ୍ଲକ କାର୍ଯ୍ୟାଳୟ ଆଗରେ ପହଞ୍ଚି ଥିଲା । ସେଠାରେ ଏକ ପ୍ରତିବାଦ ସଭା ବି ଜେ ଡି ସରକାର ଙ୍କ ବିରୁଦ୍ଧରେ ଅନୁଷ୍ଠିତ ହୋଇଥିବା ବେଳେ,ବ୍ଲକ ରେ ପିଶି କାରବାର ବନ୍ଦ,ଦର ଦାମ ର ଅହେତୁକ ବୃଦ୍ଧି ,କୃଷିଜାତ ଦ୍ରବ୍ୟ ର ଅଭାବୀ ବିକ୍ରି ସହ,ଶୀତଳ ଭଣ୍ଡାର ପ୍ରତିଷ୍ଠା,ଟାଟା କମ୍ପାନୀର ଖାଉଟି ମାରଣା ବିଜୁଳି ନୀତି ବନ୍ଦ,ନାରୀ ନିର୍ଯାତନା ବନ୍ଦ,ରାଜ୍ୟର ସମସ୍ତ ଅସ୍ଥାୟୀ କର୍ମ ଚାରୀଙ୍କୁ ସ୍ଥାୟୀ,ପ୍ରକୃତ ଗରିବ ବାସ ହିନଙ୍କୁ ଆବାସ ଯୋଜନାରେ ସାମିଲ ଆଦି ଏକ ଦାବିପତ୍ର ବ୍ଲକ୍ ର ବି ଡି ଓ ଙ୍କ ଜରିଆରେ ମାନ୍ୟବର ରାଜ୍ୟ ପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କାରା ଯାଇଥିଲା । ଏହି ପ୍ରତିବାଦ ସଭାରେ, ପ୍ରଦେଶ କଂଗ୍ରେସ ଉପ ସଭାପତି ତଥା କାକଟପୁର ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାଥୀ ବିଶ୍ବଭୂଷଣ ଦାସ,କାକଟପୁର ନିର୍ବାଚନ ମଣ୍ଡଳୀ ର ଦଳୀୟ କୋଡିନେଟର ଜିତେନ୍ଦ୍ର ନାୟକ,ଯୁବ ନେତା ବିକାଶ ବାରିକ,ପ୍ରଶାନ୍ତ ଭୋଳ,ପ୍ରତାପ ଖୁଣ୍ଟିଆ, ପ୍ରମୁଖ ଭାଷଣ ଦେଇ,ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାସହ, ଡାକ୍ତଖାନାରେ ନୂତନ ଡକ୍ଟର ନିଯୁକ୍ତି,ଭଉଁରିଆ ପୋଲ ର ନବୀକରଣ, ତାଳଦା ସେତୁ ଶୀଘ୍ର ସମାପ୍ତି,ମାଛଧରା ବନ୍ଦରର ପୁନରୁଦ୍ଧାର , ବ୍ଲକ ରେ କର୍ମଚାରୀ ଙ୍କ ଅଭାବ ଓ କିଛି କାର୍ଯ୍ୟ ନ ହେବା ଆଦି ଉପରେ ବକ୍ତବ୍ୟ ରଖିଥିଲେ । ଏହି ପ୍ରତିବାଦ ସଭାରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇ ଥିବାର ଦେଖା ଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post