କେର୍ମେଲାବାହାଲ ରେ ବିଜୁ ଜନତା ଦଳ ପକ୍ଷରୁ ମହିଳା ସମାବେଶ ଅନୁଷ୍ଠିତ।

0

ପଦ୍ମପୁର – ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ କେର୍ମେଲାବାହାଲ ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ମହିଳା ସମାବେଶ ଆୟୋଜିତ ହୋଇଯାଇଛି। ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମାବେଶ କୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ମହିଳା ମାନେ କିପର କୁକୁଡା ଚାଷ, ମାଛ ଚାଷ,କରି ସ୍ୱାବଲମ୍ବୀ ହେବା ପାଇଁ ଆହ୍ଵାନ, ମହିଳା ମାନଙ୍କ ପାଇଁ ୩୩% ସଂରକ୍ଷଣ, ଏସ୍.ଏଚ୍.ଜି ମହିଳା ମାନଙ୍କୁ ବିନା ସୁଧ ରେ ତିନି ରୁ ଛଅ ଲକ୍ଷ ପର୍ଯ୍ୟନ୍ତ ରୁଣ ପ୍ରଦାନ ସମ୍ପର୍କରେ ଉଦବୋଧନ ଦେଇଥିଲେ ଓ ଆଗାମୀ ଦିନରେ ସଙ୍ଗଠନ କୁ ମଜଭୁତ କରିବା ପାଇଁ କର୍ମୀ ମାନଙ୍କୁ ଆହ୍ଵାନ ଦେଇଥିଲେ l ଏହି ସମାବେଶ ରେ ବରିଷ୍ଠ ବିଜେଡି ନେତା ହୃଦାନନ୍ଦ ବାରିକ, ପାଇକମାଳ ଯୁବ ବିଜେଡି ସଭାପତି ଗୌତମ ସିଂ, କେର୍ମେଲାବାହାଲ ସରପଞ୍ଚ ମମତା ସାହୁ, ସମିତି ସଭ୍ଯ ସରୋଜିନୀ ମରେଇ, ପଞ୍ଚାୟତ ସଭାପତି ନନ୍ଦଲାଲ ବାରିକ, ପଲସଦା ସରପଞ୍ଚ ପଙ୍କଜ ସାହୁ, ସମିତି ସଭ୍ୟ ମହେନ୍ଦ୍ର ସିଂ ବରିହାଙ୍କ ସମେତ ଶହସ୍ରାଧିକ ମହିଳା ଯୋଗ ଦେଇଥିଲେ l

Leave A Reply

Your email address will not be published.