ବଲାଙ୍ଗିର୍ ତା-୧୩/୦୮/୨୦୨୩ ରେ ବଲାଙ୍ଗିର୍ ପିପି ଏକାଡେମି ଠାରେ ମହନୀ ନୃତ୍ୟ,କଳା ଓ ଗବେଷଣା କେନ୍ଦ୍ର ଦ୍ବାରା ପ୍ରକାଶିତ ଅକ୍ଷୟ ସରାଫ୍ ଙ୍କର କୋଶଳି ଲକ୍ଷ୍ମୀ ପୁରାଣ ଉନ୍ମୋଚନ ହୋଇ ଯାଇଛି।
ଏହି ପୁରାଣ ରେ ଜାତି ପ୍ରଥା ଏବଂ ନାରୀ ଜାତି ଉପରେ ଗୁରୁତ୍ବ ଦିଆ ଯାଇଛି । କୋସଲାଞ୍ଚଲର କଥା ଭାଷା ସଂସ୍କୃତି ଓ ପରମ୍ପରା କୁ ନେଇ ଲେଖକ ବର୍ଣ୍ଣନା କରିଛନ୍ତି।
ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ଏକ୍ସନ କମିଟି ଆବାହକ ଗୋପାଳଜୀ ପାଣିଗ୍ରାହୀ, ଜିଲ୍ଲା କଳାକାର ସାଂସ୍କୃତିକ ସଂଘ ର ଜଗଦାନନ୍ଦ ଛୁରିଆ, ଜିଲ୍ଲା ଯୁବ କଳାକାର ମହାସଂଘର ସଭାପତି ବିନୋଦ କୁମାର କାଲସାଏ ଏବଂ ଉପଦେଷ୍ଟା ଗୋପାଳ ପଧାନ ମଞ୍ଚାସୀନ ରହି ଉନ୍ମୋଚନ କରିଥିଲେ।
ଏଥିରେ ପ୍ରକାଶକ ମହନୀ ନୃତ୍ୟ,କଳା ଓ ଗବେଷଣା କେନ୍ଦ୍ରର ସମ୍ପାଦକ ବିନୋଦ କୁମାର କାଲସାଏ ,ସହ ପ୍ରକାଶକ ଅନିତା ତ୍ରିପାଠୀ ଥିବାବେଳେ ମହନୀ କ୍ରିଏସନ ବଲାଙ୍ଗିର୍ ଓ ନିରୁ ମିଡିଆ ବରଗଡ ଏହାର ପ୍ରଚାର ପ୍ରସାର ଦାଇତ୍ବରେ ଅଛନ୍ତି। ଆଜିର ଏଇ ଉନ୍ମୋଚନ ବିରେନ୍ଦ୍ର ପାଣ୍ତେ ମଞ୍ଚ ପରିଚାଲନା କରିଥିବା ବେଳେ,ନବିନ କୁଅଁର,ବ୍ରହ୍ମାନନ୍ଦ ବନଛୋର୍,କପିଳ ଖମାରି,ନିଲାଞ୍ଚଳ ନନ୍ଦ,ଅଶୋକ ଦୀପ,ହିମାଂଶୁ ଖମାରୀ,ମନୋରଞ୍ଜନ ସାହୁ,ରଶ୍ମି ପାତ୍ର,ମିଲି ବାରିକ୍,ଶିବପ୍ରିୟା ସାହୁ,ସିବାଂଶୀ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକ୍ରମକୁ ସୋମନାଥ ମିଶ୍ର,ସନ୍ଦିପ ବାଗ୍,ରବି ଖମାରୀ,ସୋମେଶ ଡାଙ୍ଗ,ଅଷ୍ଟମି ନାଗ୍,ପ୍ରିତମ ଠାକୁର,ରଞ୍ଜିତ ପଧାନ,ହରି ଓମ୍ ପଟେଲ,ବିନୟ ସୁନା ପ୍ରମୁଖ ପରିଚାଲନା କରିଥିଲେ।
Sign in
Sign in
Recover your password.
A password will be e-mailed to you.