ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳନ କରିବାର ଦେଖିବାକୁ ମିଲିଥିଲା । ସେଥିମଧ୍ୟରୁ ଚନ୍ଦ୍ରିକା ସେବାଟ୍ରଷ୍ଟ୍ ଦ୍ଵାରା ଏକ ଅଭିନବ ଉପାୟରେ ଏହି ଉତ୍ସବକୁ ପାଳନ କରାଯାଇଥିଲା । ସଂଗଠନର ସଦସ୍ୟ ମାନେ ସୁବର୍ଣ୍ଣପୁର ଜିଲ୍ଲା ସ୍ଥିତ କୁଷ୍ଠରୋଗୀ ଙ୍କ ଆଶ୍ରମ କୁ ଯାଇ, ସେମାନଙ୍କ ସହିତ ଏହି ଉତ୍ସବ କୁ ପାଳନ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୋଗଦେଇ, ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ କର୍ମୀ ମାନେ ଓ ମୁଖ୍ୟ ଅତିଥି ରୋଗୀଙ୍କୁ ଛତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ ଓ ରୋଗୀଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ରୋଗୀମାନେ କିପରି ଅଧିକ ସୁବିଧା ଓ ସେବା ପାଇବେ ସେହି ବିଷୟରେ ସଂଗଠନ ର କର୍ମୀମାନେ ଓ ଆରକ୍ଷୀ ଅଧିକାରୀ ମିଶି ଆଶ୍ରମର ପରିଚାଳକଙ୍କ ସହିତ ଆଲୋଚନା କରିଥିଲେ। ସଂଗଠନର ମହିଳା କର୍ମୀ ମାନେ ରୋଗୀଙ୍କୁ ଔଷଧ ଲଗାଇବାର ମଧ୍ଯ ଦେଖିବାକୁ ମିଳିଥିଲା।
Sign in
Sign in
Recover your password.
A password will be e-mailed to you.