ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ମେରି ମାଟି, ମେରା ଦେଶ ପାଳନ

0

 ଜମନକିରା /ଲିପନ ନାୟକ : ସମ୍ବଲପୁର ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଜମନକିରା ପକ୍ଷରୁ ସର୍ବେ ଗ୍ରାମରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାର ଙ୍କ ଏହି କାର୍ଯ୍ୟକ୍ରମ ରେ ବୃକ୍ଷ ରୋପଣ, ସହିଦ ମାନଙ୍କୁ ସମ୍ମାନ ଦେବା ଆଦି ସାମିଲ ହୋଇଛି। ଏଥିରେ ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ସାହୁ ଅତିଥି ଭାବରେ ଯୋଗ ଦେଇଥିଲେ। ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସଞ୍ଜୟ ଧୁରୁଆ ଏଥିରେ ଯୋଗଦେଇ ଦେଶର ଉନ୍ନତି ପାଇଁ ନିଜ ଗାଁକୁ ଭଲ ପାଇବା କଥା ବୋଲି କହିଥିଲେ। ଏହି ଅବସରରେ ସମସ୍ତେ ମିଶି ବୃକ୍ଷରୋପଣ କରିଥିଲେ। ନେହେରୁ ଯୁବ କେନ୍ଦ୍ର ର ଯୁବ ସ୍ଵେଚ୍ଛାସେବୀ ଶମ୍ଭୁନାଥ ସାହୁ ଓ ମାନସ ଦେହୁରୀ ଙ୍କ ତତ୍ତ୍ଵାବଧାନରେ ଏହା ପାଳିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ଶିକ୍ଷକ ମାଗୁଣି ସାହୁ, ଗ୍ରାମ୍ୟ ଯୁବକ ସଂଘ ର ସଦସ୍ୟ ବିଜୟ କୁମୁର, ଅଜୟ ବେହେରା ମନିସ ନାୟକ, ନାଉରୀ ସାହୁ, ବିକି ପ୍ରଧାନ, ରାଜେଶ କଲୋ, ସତ୍ୟପୀର ଧୂରୁଆ, ସୁରଜ୍ ଷଣ୍ଢ, ମୁକେଶ ସାହୁ, ଶିବ ନାଥ ସାହୁ ଆଦି ସାମିଲ ହୋଇଥିଲେ। ଶେଷରେ ଅନ୍ୟତମ ପ୍ରତିନିଧି ମାନସ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.