ଜମନକିରା /ଲିପନ ନାୟକ: ବାମରା ବନ୍ୟପ୍ରାଣୀ ବନଖଣ୍ଡ ଭୋଜପୁର ରେଞ୍ଜ ଅଧିନସ୍ଥ ସିରିଡ ପଞ୍ଚାୟତ ର ଗୋପାଳପାଲି ଗ୍ରାମରେ ଆଜି ବନ ବିଭାଗ ପକ୍ଷରୁ ୨୮ ପରିବାରଙ୍କୁ ସୋଲାର ଲାଇଟ ଲଣ୍ଠନ ବଣ୍ଟନ କରାଯାଇଛି। ଯାହା ଫଲରେ ଅଂଚଳରେ ଅନେକ ସମୟରେ ବିଦ୍ୟୁତ କାଟରୁ ଲୋକେ ଉପକୃତ ହୋଇ ପାରିବୁ ବୋଲି ଗ୍ରାମବାସୀ ବନବିଭାଗକୁ ଧନ୍ୟବାଦ୍ ଜଣାଇଛନ୍ତି। ସୋଲାର ଲାଇଟ ଲଣ୍ଠନ ବଣ୍ଟନ ସମୟରେ ଗ୍ରାମରେ ଏକ ସଭା ଆୟୋଜନ କରାଯାଇ ଜଙ୍ଗଲ ସୁରକ୍ଷାର ମହତ୍ତ୍ଵ ବିଷୟରେ କୁହାଯାଇଥିଲା।
ଏହି କାର୍ଯ୍ଯକ୍ରମ ରେ ଭୋଜପୂର ରେଞ୍ଜର ଲକ୍ଷ୍ମୀନାରାୟଣ ନାଏକ, ଶିରିଡ ପଞ୍ଚାୟତ ସରପଞ୍ଚ ଗଜେନ୍ଦ୍ର ନାଏକ, ବଡ଼ମାଳ ସରପଞ୍ଚ ନରେଶ କୁମାର ନାଏକ, ଡିମିରୀମୁଣ୍ଡା ସରପଞ୍ଚ ପ୍ରହଲ୍ଲାଦ ଧୁରୁଆ, ୱାର୍ଡ ମେମ୍ବର ବିମଳ କିସାନ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କୁ ସୋଲାର ଲଣ୍ଠନ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମଟି ଭୋଜପୁର ଫରେଷ୍ଟର ହେମନ୍ତ ମିଶ୍ରଙ୍କ ଅଧ୍ୟକ୍ଷତା ରେ ପରିଚାଳନା ହୋଇଥିବା ବେଳେ ଫରେଷ୍ଟ ଗାର୍ଡ, ବିରଞ୍ଚି ପଧାନ, ତ୍ରିବେଣୀ ସେଠ ଏବଂ ଗ୍ରାମବାସୀ ପ୍ରମୁଖ ଉପସ୍ଥିତଥିଲେ।
Sign in
Sign in
Recover your password.
A password will be e-mailed to you.