ଏମାନଙ୍କ ଗ୍ରିଭାନ୍ସ ଶୁଣିବାକୁ କିଏ ଯିବ ???

0

“ଇନ୍ଦିରା ଆବାସ କିମ୍ବା ମୋ କୁଡିଆ ଯୋଜନା ଆମ ପାଇଁ ସ୍ବପ୍ନ”

ଭଞ୍ଜନଗର ରୁ ଉଦୟନାଥ ପଣ୍ଡା: ଦେଶ ପାଳୁଛି ସ୍ୱାଧିନତାର ଅମୃତ ଉତ୍ସବ, କିନ୍ତୁ ଆଜି ବି ଲୋକେ ଅନ୍ଧକାର, ଅବହେଳିତ ନିଷ୍ପେସିତ ଜୀବନ ବିତାଉଛନ୍ତି। ହଁ ଆଜ୍ଞା ଆଜି ବି ଏମିତି ପରିବାର ଅଛନ୍ତି ଯେଉଁମାନେ କି ନିଜର ଅଧିକାର ପାଇଁ ଲଢନ୍ତି ଓ ଲଢୁ ଥିବେ କାରଣ ଏମାନେ ଗରିବ, ମଳି ମୁଣ୍ଡିଆ ।

ଗଞ୍ଜାମ ଜିଲ୍ଲା,ଭଞ୍ଜନଗର ସହର ଚାକୁଣ୍ଡା ପଲ୍ଲୀ ଗ୍ରାମର ଏ, ସ୍ବପ୍ନ। ନାମକ ବିକଳାଙ୍ଗ ମହିଳା କାହାରି ଠାରୁ ଖବରପାଇ ଯେତେବେଳେ ଆମକୁ ତାଙ୍କର ସମସ୍ୟା ଜଣାଇଥିଲେ, ସଂଗେ ସଂଗେ ଆମେ ଖବର ସଂଗ୍ରହ ପାଇଁ ବାଉଁଶ ଲୁଣ୍ଡି ପଂଚାୟତ ର ଚାକୁଣ୍ଡା ପଲ୍ଲୀ ଗ୍ରାମରେ ପହଁଚି ଥିଲୁ । ପାଞ୍ଚ ଫୁଟିଆ ଗୋଟେ ପଲିଥିନ ଘେରା ଘରେ ରହୁ ଥିଲେ ଏ ,ସ୍ୱପନା ଆଉ ବାପା ମାର୍କଣ୍ଡ। ଘର ଚାରିପଟେ ଲତା ବୁଦା ରେ ପରିପୂର୍ଣ୍ଣ। ଆମକୁ ଦେଖି ମନର କୋହକୁ ସମ୍ଭାଳି ନ ପାରି ଗୋଟି ଗୋଟି ସବୁ କଥା କହିଲେ |
ବିଗତ 20 ବର୍ଷ ରୁ ଉର୍ଦ୍ଧ ଏହି ପରିବାର ଚାକୁଣ୍ଡପଲ୍ଲୀ ରାସ୍ତା କଡରେ ଚାଳ ଛପର ଘର କରି ରହୁ ଥିଲେ, କିନ୍ତୁ ଜାଗାର ମୂଳ ମାଲିକ ତାଙ୍କୁ ସେଠୁ ଉଠାଇ ଦେଲେ, କିନ୍ତୁ ତହସିଲଦାର ଘର କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ବର୍ତ୍ତମାନ ପ୍ରଯ୍ୟନ୍ତ ଘର ହୋଇ ପାରୁନି କି ଜାଗା ଟିକେ ମିଳୁନି,ଏ ଅଫିସରୁ ସେ ଅଫିସ ଦଉଡି ଦଉଡି ନୟାନ୍ତ ହେଲେଣି ଦୁଇ ବାପା ଝିଅ|  ବାପା ଜଣେ ପକ୍ଷାଘାତ ରୋଗୀ। ଝିଅ ଟି ଭିନ୍ନକ୍ଷମ ହେଲେ ବି ତା କଥା କେହି ବୁଝନ୍ତି ନାହିଁ।ସରକାର ଙ୍କ ମୋ କୁଡିଆ ଯୋଜନା ହେଉ ବା ଇନ୍ଦିରା ଆବାସ ଯୋଜନା ଏମାନଙ୍କ ପାଇଁ ସ୍ବପ୍ନ ।

Leave A Reply

Your email address will not be published.