ଜଗତସିଂହପୁର/ସୁମନ୍ତ କୁମାର ଦାସ:ସଦର ବ୍ଳକ ପୁରୁଣାଗଡ-ଆଶ୍ରମପାଟଣା ସ୍ଥିତ ବିଜୁ ପଟ୍ଟନାୟକ କଲେଜର ବାର୍ଷିକ ଉତ୍ସବ ଦ କଲଚୁରାଲ କାରନିଭାଲ-୨୦୨୩ ଅନୁଷ୍ଠିତ ହୋଇଯାଇଛି। କଲେଜ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧକ୍ଷ ମନୋଜ କୁମାର ଭୋଇ, ଜଗତସିଂହପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କନକପ୍ରଭା ଲେଙ୍କା, ଉପାଧ୍ୟକ୍ଷ ରତି ରଞ୍ଜନ ବେହେରା, ଯୁକ୍ତ ୨ କଲେଜ ଅଧ୍ୟକ୍ଷ ରବିନାରାୟଣ ରଥ, ଯୁକ୍ତ ୩ କଲେଜ ଅଧ୍ୟକ୍ଷ ଡ. ପ୍ରଦୀପ୍ତ କୁମାର ଦାଶ, ସ୍ଥାନୀୟ ସରପଞ୍ଚ ଲିପକ ସାହୁ, ଜିଲ୍ଲା ପରିଷଦ ସଭ୍ୟା କନକ ସ୍ବାଇଁ, କଲେଜ ପ୍ରତିଷ୍ଠାତା ସମ୍ପାଦକ କୈଳାସ ଚନ୍ଦ୍ର ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଚିତାକର୍ଷକ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post