ଗାଇସିଲାଟ/ମନ ଡନସନା- ବ୍ଲକ ଅର୍ନ୍ତଗତ ଜାମୁଟପାଲି ଠାରେ ନେହେରୁ ଯୁବ କେନ୍ଦ୍ର ବରଗଡ଼ ତରଫରୁ ମେରି ମାଟି ମେରା ଦେଶ ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ ଜାମୁଟପାଲି ରେ ବିଭିନ୍ନ ଯୁବକ ସଂଘର ଯୁବ ଗୋଷ୍ଠୀ ଏବଂ ଜି.ପି.ଏଲ.ଏପ. ସଦସ୍ଯ ଙ୍କ ଦ୍ୱାରା ଅନୁଷ୍ଠିତ ହେଇଅଛି l ଏହି କାର୍ଯ୍ୟକ୍ରମ ରେ ଅବସରପ୍ରାପ୍ତ ସ୍ଥଲସେନା ଅଧିକାରୀ ଶ୍ରୀ ସୁବଲ ଗଡତିଆ ଏବଂ ରାଜେନ୍ଦ୍ର ବେହେରା ଙ୍କ ଦ୍ୱାରା ପ୍ରଥମ ବୃ୍ଷରୋପଣ କରାଯାଇଥିଲା ନେହେରୁ ଯୁବ କେନ୍ଦ୍ର ର ସମସ୍ତ କାର୍ଯ୍ୟକର୍ତ୍ତା ଓ ସ୍ୱେଚ୍ଛାସେବୀ ଗଣ ସୁବଲ ଗଡତିଆ ଏବଂ ରାଜେନ୍ଦ୍ର ବେହେରା ଙ୍କ ମଥାରେ ଚନ୍ଦନ ତିଲକ ଫୁଲ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିଭାବେରେ ବ୍ଳକ ଚ୍ଯାରମେନ ପ୍ରଣୟ ସାହୁ, ଗ୍ରାମର ସରପଞ୍ଚ ସୁମିତ୍ରା ସାହୁ, ସମିତି ସଭ୍ଯ ସରୋଜ ଶ୍ରୀଭୁଷଣ ସାହୁ, ପ୍ରକୃତି ବନ୍ଦୁ ଅନନ୍ତ ମେହେର, ମିନିକେତନ ସାହୁ, ଜଙ୍ଗଲ ବିଭାଗର କର୍ମଚାରୀ ମାନେ, ଜାମୁଟପାଲି ଜି.ପି. ଏଲ.ଏପ. ର ମଞ୍ଜୁଶ୍ରୀ ପଧାନ, ରୁପା ଡୁଙ୍ଗୁରି, ସସ୍ମିତା ସାହୁ, ଏବଂ ଅନ୍ୟ ସଦସ୍ଯା ଓ ସ୍ୱେଚ୍ଛାସେବୀ ରତିକାନ୍ତ ପଧାନ, ଡିଲେଶ୍ଵର ନାଏକ ଉପସ୍ଥିତ ରହି ବୃ୍ଷରୋପଣ କରିଥିଲେ l ଜାମୁଟପାଲି ଜି.ପି. ଏଲ.ଏପ. ର ସଦସ୍ୟା ମାନେ ଆଗରୁ ମଧ୍ୟ 700 ରୁ ଅଧିକ ବୃକ୍ଷ ରୋପଣ କରିଥିଲେ ।ସେଥିପାଇଁ ତାଙ୍କୁ ନେହେରୁ ଯୁବକେନ୍ଦ୍ର ତରଫରୁ ଧନ୍ୟବାଦ୍ ଦିଆଯାଇଥିଲା।ଏହି ଗ୍ରାମରେ ୭୫ ଟି ବୃ୍ଷରୋପଣ ହୋଇଥିଲା l ବୃକ୍ଷ ହିଁ ଜୀବନ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ର ଉପକାରିତା ଉପରେ ଅତିଥିଗଣ ବକ୍ତବ୍ୟ ରଖିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ରୋଷନ୍ ଟଣ୍ଡନ ଓ ପରିଚାଳନା କରିଥିଲେ।ଶ୍ରୀ ତ୍ରିଲୋଚନ ଶତପଥୀ, ଅନିଲ ସାହୁ, ଗାଇସିଲାଟ,ଜାମୁଟପାଲି, ର ଯୁବଗୋଷ୍ଠୀ ଓ ସ୍ଥାନୀୟ ହାଇସ୍କୁଲ ର ଛାତ୍ର ଛାତ୍ରୀ ଗଣ ବୃ୍ଷରୋପଣ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post