ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ କୃମି ନାଶକ ଦିବସ ଆଜି ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଶୁଭାରମ୍ଭ ହୋଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ତାଙ୍କ ଅଭିଭାଷଣ କହିଥିଲେ ଜିଲ୍ଲାରେ ଆଜି ସମସ୍ତଙ୍କୁ ୧ ରୁ ୧୯ ବର୍ଷ ବୟସର ସମସ୍ତ ଶିଶୁ ତଥା ପିଲାମାନଙ୍କୁ ଅଙ୍ଗନବାଡ଼ି ଓ ବିଦ୍ୟାଳୟରେ ମାଗଣା କୃମିନାଶକ ଔଷଧ ଦିଆଯିବ। ଅଣପଞ୍ଜିକୃତ ଓ ବିଦ୍ୟାଳୟ ଯାଉନଥିବା ପିଲାମାନେ ଏବଂ ପ୍ରଜନନକ୍ଷମ ୨୦ ରୁ ୨୪ ବର୍ଷର ମହିଳା ମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରରେ ଔଷଧ ଖାଇବେ। ଯେଉଁମାନେ ଜାତୀୟ କୃମିନାଶକ ଦିବସରେ ଏହି ବଟିକା ଖାଇ ପାରି ନଥିବେ ସେମାନେ ୧୭ ଅଗଷ୍ଟ ୨୦୨୩ ମପ୍ -ଅପ୍ ଦିବସ ଦିନ ଏହି ଔଷଧ ଖାଇପରିବେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଞ୍ଜ କହିଥିଲେ।
ସେହିପରି ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ମହେନ୍ଦ୍ର କୁମାର ଭୁୟାଁ କୃମି ନାଶକ ଔଷଧ ସେବନ ଛଡା ଅନ୍ୟାନ୍ୟ ପଦକ୍ଷେପ ଯାହା କୃମି ସଂକ୍ରମଣରୁ ଦୂରେଇ ରଖିବ ଯଥା- ନିଜ ନଖ ପରିଷ୍କାର ଓ ଛୋଟ ରଖିବା , ସର୍ବଦା ବିଶୁଦ୍ଧ ଜଳ ପାନୀୟ ଭାବେ ବ୍ୟବହାର କରିବା , ଖାଦ୍ୟ ଘୋଡେଇ ରଖିବା , ବ୍ୟବହାର ପୂର୍ବରୁ ପରିଷ୍କାର ପାଣିରେ ଖାଦ୍ୟ ଓ ପନିପରିବା ଧୋଇବା , ଖାଇବା ପୂର୍ବରୁ ଶୌଚାଳୟ ବ୍ୟବହାର ପରେ ସାବୁନରେ ହାତ ଧୋଇବା , ନିଜ ପରିବେଶ ନିର୍ମଳ ରଖିବା , ଖୋଲାରେ ମଳତ୍ୟାଗ ନକରି ସର୍ବଦା ଶୌଚାଳୟ ବ୍ୟବହାର କରିବା ଉପରେ ମଧ୍ୟ ଲୋକମାନଙ୍କୁ ସଚେତନତା କରିବା ଉପରେ ଆଲୋଚନା ହୋଇଥିଲ।
ଏହି ବୈଠକରେ ଡାକ୍ତର ନେତ୍ରାନନ୍ଦ ଶତପଥୀ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଜାତୀୟ ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ସଂଯୋଜକ ସୁଶ୍ରୀ ସୌମ୍ୟାରାଣୀ ଗୌଡ଼ କାର୍ଯ୍ୟକ୍ରମ ସଂପର୍କ ବିବରଣୀ ଉପସ୍ଥାପନ କରିଥିବା ବେଳେ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ , ପ୍ରଧାନଶିକ୍ଷକ, ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ସମେତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ , ସ୍ଥାନୀୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post