ସୈନିକ କଲ୍ୟାଣ ସଂଘ ତରଫରୁ ସୈନିକ ସମ୍ବର୍ଦ୍ଧନା ଉତ୍ସବ

0

ପଦ୍ମପୁର,(Nila Deep) – ପଦ୍ମପୁର ସୈନିକ କଲ୍ୟାଣ ସଂଘ ତରଫରୁ ପବିତ୍ର ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଦ୍ୱିତୀୟ ସୈନିକ ସମ୍ବର୍ଦ୍ଧନା ଉସôବ ସ୍ଥାନୀୟ ଆ.ବି, ହାଇସ୍କୁଲ ଠାରେ ଏକ ଭାବମସୟ ପରିବେଶରେ ଅନୁଷ୍ଠିତ  ହୋଇଯାଇଛି । ପଶ୍ଚିମ ଓଡିଶାର ବିଭିନ୍ନ ଅଂଚଳରୁ ଆସିଥିବା ଅବସର ପ୍ରାପ୍ତ ସୈନିକ ତଥା ସହିଦ୍ ପରିବାରର ସଭ୍ୟ ମାନଙ୍କ ଏକ ଶୋଭାଯାତ୍ରା  ସହର ପରିକ୍ରମା କରିଥିଲେ । ଅଶୋକ କୁମାର ବହିଦାରଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦୈାଲତ ଚନ୍ଦ୍ରାକର ସଭାପତି, କ୍ୟାପଟେନ ରଜନୀକାନ୍ତ ପ୍ରଧାନ ମୁଖ୍ୟ ଅତିଥି, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ରାମନାରାୟଣ ପାଣିଗ୍ରାହୀ ବିଶେଷ ଅତିଥି, ଆ.ବି. ହାଇସ୍କୁଲ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ,  ଉପଦେଷ୍ଟା  ଡା. ବାଂଛାନିଧି ପଣ୍ଡା ଓ ସଂଘର ସଭାପତୀ ଭାସ୍କର ଦାଶ ଭାରତ ମାତାଙ୍କ ପ୍ରତିଛବିରେ ମାଲ୍ୟାର୍ପଣ କରି ଦିପ ପ୍ରଜ୍ୱଳନ କରିଥିଲେ । ଡା. ବାଂଛାନିଧି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ରାମନାରାୟଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ତର୍ଯ୍ୟାମୀ  ମେହେର ବନେ୍ଦ ମାତାରମ୍ ଗାନ କରିଥିବା ବେଳେ ଶିଶୁ କଣ୍ଠଶିଳ୍ପୀ ଆଦ୍ୟାଶକ୍ତି ତ୍ରିପାଠୀ ଦେଶାତମବୋଧକ ସଂଗୀତ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଦେଶପାଇଁ ସହୀଦ ମାନଙ୍କ ପାଇଁ ୨ମିନିଟ ନିରବ ପ୍ରାଥନା କରାଯାଇଥିବା ବେଳେ ଜଣେ ସହୀଦଙ୍କ ପରିବାର ସମେତ ଅନେକ ଅବସର ପ୍ରାପ୍ତ ସୈନିକଙ୍କୁ ଅତିଥି ମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ । ଉପସ୍ତିତ ସୈନିକ ମାନେ ନିଜ ନିଜର ଭାବ ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆନନ୍ଦ ସିଂ, ପ୍ରତାପ କେଶରୀ ସିଂହ ବରିହା, ମଲେଶ୍ୱର ସାହୁ, ସୁନିଲ କାନୁନ୍ଗୋ, ନିରୋଜ ଦୋରା, ସୁବଳ ଗଡତିଆ, ପଂଚାନନ ସାହୁ, ଲଲିତ ପ୍ରଧାନ, ଲିମାବତ୍ ଆଲ୍ଲୀ ଖାଁ, ଅନ୍ୱେଷା ପତୀ, ଶୁରେସ ପତୀ ପ୍ରମୁଖ ସହଯୋଗ କରି ସୁଚାରୁ ରୂପେ  ସମ୍ପର୍ଣ୍ଣ କରିଥିଲେ । ପରିଶେଷରେ ସୈନିକ କଲ୍ୟାଣ ସଂଘର ସଭାପତି ଭାସ୍କର ଦାଶ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟକୁ ସାଙ୍ଗ କରିଥିଲେ ।

Leave A Reply

Your email address will not be published.