ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

0

ପଦ୍ମପୁର, (ନୀଳ ଦୀପ)  – ମହାତ୍ମାଗାନ୍ଧୀ ଙ୍କ ୧୫୦ ତମ ଜୟନ୍ତୀ ତଥା ଲାଲବାହାଦୂର ଶାସ୍ତ୍ରୀଙ୍କ  ଜୟନ୍ତୀ ପାଳନ ଅବସରରେ ଏକ ଉତ୍ସବ  ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ପାଲିତ ହୋଇଯାଇଅଛି । ଏହି ଅବସରରେ ସୂଚନା ଓ ଲୋକ ସଂର୍ପକ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦୈାଲତ ଚନ୍ଦ୍ରାକର ଯୋଗଦାନ କରି ଗାନ୍ଧୀଙ୍କ ନୀତି ଆଦର୍ଶ ଉପରେ ବିସ୍ତୃତ ଭାବରେ ଆଲୋକପାତ କରିବା ସହିତ ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ଶ୍ରୀମତୀ ସୁଶ୍ରୀ ଦୀପ୍ତିମୟୀ ଭୂଏ ଏବଂ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ସମ୍ଭୁ ପ୍ରଶାଦ ହରପାଲ ଯୋଗ ଦେଇ ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜିଙ୍କ ଅହିଂସା ନୀତି ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କଲକୀ ମାନବ ସେବା ସମିତି ତରଫରୁ ଏକ ସଫେଇ କାର୍ଯ୍ୟକ୍ରମ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମ୍ୁଖକୁ ସଫା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ଚନ୍ଦ୍ରାକର, ସୂଚନା ଓ ଲୋକ ସଂପର୍କ ଅଧିକାରୀ  ଶ୍ରୀ ପାଣିଗ୍ରାହୀ, ଶ୍ରୀ ନିରାଜ ଦୋରା, ମାନବ ସେବା ସମିତିର ଶ୍ରୀ ପ୍ରତାପ ନାଥ ପ୍ରମୁଖ ଯୋଗଦାନ ଚକରିଥିଲେ ।

 

Leave A Reply

Your email address will not be published.