ଓଡିଶା ପ୍ରାଥମିକ ଶିକ୍ଷକ ସଂଘ କାଶୀପୁର ବ୍ଲକ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ।

0 2

ରାୟଗଡା ରୁ ବୈକୁଣ୍ଠ ଦୁରିଆ –ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବ୍ଲକରେ ଶନିବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ବ୍ଲକ ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତରଫରୁ ତିନି ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି ।

ଏହି ପରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ଠାରେ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ କାଶୀପୁର ବ୍ଲକ ତରଫରୁ ଶତାଧିକ ଶିକ୍ଷକଙ୍କ ଏକ ବିକ୍ଷୋଭ ପ୍ରଦର୍ଶନ ସରକାରଙ୍କ ବିପକ୍ଷରେ ହୋଇ ଥିବା ଦେଖିବାକୁ ମିଳିଥିଲା ।ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ତିନିଦଫା ଦାବୀ ପତ୍ର କାଶୀପୁର ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ କୂଳରଞ୍ଜନ ସୁନାଙ୍କ ଜରିଆରେ ପ୍ରଦାନ କରାଯାଇଥିଲା ।

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ରାଜ୍ୟ ସଂଘର ଆହ୍ବାନ କ୍ରମେ ସମସ୍ତ ବର୍ଗ ଓ ସଙ୍ଗଠନ ମିଳିତ ଭାବରେ ଦାବୀ ଗୁଡ଼ିକ ପୂରଣ ନିମନ୍ତେ ଦାବିପତ୍ର ଦେଇଛନ୍ତି । ଗତ ନଭେମ୍ବର ମାସ ୨୨ ତାରିଖ ରାଜ୍ୟରେ ଏକଲକ୍ଷରୁ ଉର୍ଦ୍ଧ ଶିକ୍ଷକ ଆନ୍ଦୋଳନ କରିଥିଲେ ।ତତ୍କାଳୀନ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୧୦୯ ତା ୩୦.୧୧.୨୦୨୨ ଅନୁଯାୟୀ ଆଲୋଚନା ପରେ ଦାବୀ ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଅଦ୍ୟାବଧି ଉକ୍ତ ଦାବୀ ଗୁଡ଼ିକ ପୂରଣ ହୋଇନଥିବାରୁ ବିହୀତ ପଦକ୍ଷେପ ନିମନ୍ତେ ନିବେଦନ କରିଛନ୍ତି । ନଚେତ୍ ଆସନ୍ତା ଅଗଷ୍ଟ ମାସ ତା ୧୬ ରିଖରେ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବା ନିମନ୍ତେ ବାଧ୍ୟ ହେବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଦାବିଗୁଡିକ ମଧ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳ କୁ ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ, ଏକ୍ସ କେଡରଙ୍କୁ କେଡରଭୂକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାର ମୂଳ ବେତନ ଲେବୁଲ ନଅ ରେ ୪୨୦୦ ଗ୍ରେଡ ପେ ଅନୁଯାୟୀ ପ୍ରଦାନ ତଥା ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଚଳନ ଅନ୍ୟତମ ଅଟେ ।

ଆଗାମୀ ଅଗଷ୍ଟ ମାସ ଏଗାର ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ବ୍ଲକ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶ୍ରୀ ସମୋନାଥ ଗରଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.