ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ଉଦ୍ଘାଟିତ ଦୁଇଦିନିଆ ପୁସ୍ତକାଳୟ ଗୁଡ଼ିକର ପର୍ବ-୨୦୨୩ ପ୍ରଗତି ମୈଦାନ ନୂଆଦିଲ୍ଲୀ ଠାରେ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସମ୍ମାନିତ ବକ୍ତା ଭାବେ ଯୋଗଦେଇ , ଗଜପତି ଜିଲ୍ଲାର ପାଠାଗାରକୁ ନେଇ ହୋଇଥିବା ଉତ୍ତମ କାର୍ଯ୍ୟ ମୁଖ୍ୟତଃ ପଞ୍ଚାୟତ ସ୍ତରରେ ହୋଇଥିବା ଗୋଷ୍ଠି ପାଠାଗାର ଓ ସେବାଶ୍ରମ ବିଦ୍ୟାଳୟରେ ହୋଇଥିବା ଆକର୍ଷଣୀୟ ବିଦ୍ୟାଳୟ ପାଠାଗାର କୁ ନେଇ ୧୦୦୦ ରୁ ଉର୍ଦ୍ଧ ପ୍ରତିନିଧିଙ୍କ ଠାରେ ଉପସ୍ଥାପିତ କରି ସମସ୍ତଙ୍କ ଆଦୃତଗ୍ରହଣ କରିଥିଲେ।
ଏହି ବିଷୟରେ ଦେଶରେ ପାଠାଗାର କ୍ଷେତ୍ରରେ ଉତ୍କର୍ଷ କାର୍ଯ୍ୟ କରିଥିବା ଚୟନିତ ସରକାରୀ ପଦାଧିକାରୀ ମଧ୍ୟରୁ ଗଜପତି ଜିଲ୍ଲାପାଳ ଅନ୍ୟତମ ଥିଲେ | ଜିଲ୍ଲାରେ ଆଦିବାସୀ ଓ ଅନୁସୂଚିତ ବିଭାଗ ଗଜପତି ଦ୍ୱାରା ୫୦ ଗୋଟି ସେବାଶ୍ରମ ବିଦ୍ୟାଳୟରେ ପାଠାଗାର ପ୍ରୋତ୍ସାହନ କାର୍ଯ୍ୟକଳାପ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ୱାରା ୨୫ ଗୋଟି ଗୋଷ୍ଠି ପାଠାଗାର ସ୍ଥାପନା କରାଯାଇଛି।
Sign in
Sign in
Recover your password.
A password will be e-mailed to you.