ଓଡ଼ିଶା ନାଟ୍ୟସଂଘର ସଂସ୍କୃତି ବିଭାଗକୁ କୃତଜ୍ଞତା ଜ୍ଞାପନ

0 2
  • ସଂସ୍କୃତି ବିଭାଗର ଆଶାତୀତ ପୁରସ୍କାର ସଂଖ୍ୟା ବୃଦ୍ଧି ପାଇଁ ଓଡ଼ିଶା ନାଟ୍ୟସଂଘର କୃତଜ୍ଞତା ଜ୍ଞାପନ

  • ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପୁରସ୍କାର ସଂଖ୍ୟା ୧୭ରୁ ୩୪କୁ ବୃଦ୍ଧି

ଭୁବନେଶ୍ୱର, ତା ୫ା୮ : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ପୁରସ୍କାର କ୍ଷେତ୍ରରେ ଏକ ବଡ଼ ଘୋଷଣା । ୧୭ ବଦଳରେ ଏଣିକି ମିଳିବ ୩୪ ପୁରସ୍କାର । ପ୍ରଥମକରି ନୃତ୍ୟ, ସଂଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ଉଲ୍ଲେଖନୀୟ ସାଧନା ପାଇଁ ମୋଟ୍ ୩୪ଟି ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାର ସଂଖ୍ୟା ବୃଦ୍ଧି ଫଳରେ ଓଡ଼ିଶାର କଳା ସଂସ୍କୃତି ଓ ନାଟ୍ୟଜଗତ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ଏହି କ୍ରମରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଶ୍ରୀ ପ୍ରବୋଧ ରଥ ପ୍ରକାଶ କରିଛନ୍ତି ଯେ, ନୃତ୍ୟ, ସଂଗୀତ, ନାଟକ ଓ ଲୋକକଳା କ୍ଷେତ୍ରରେ ଜାତୀୟସ୍ତରରେ ପାରଦର୍ଶିତା ପାଇଁ ନୂଆକରି ଦିଆଯିବ ‘ଜାତୀୟ କଳିଙ୍ଗ କଳା ସମ୍ମାନ’ ।
ନାଟକ ଏକ ସମନ୍ୱିତ କଳା । ନାଟକର ମଞ୍ଚ ସଫଳତା ପଛରେ ଅନେକ ନାଟ୍ୟକର୍ମୀଙ୍କ ହାତ ଥାଏ । ଯାହାକୁ ହୃଦବୋଧ କରି ଓଡ଼ିଶା ସଂଗୀତ ନାଟକ ଏକାଡେମୀ ସମସ୍ତ ବିଭାଗ ନିମନ୍ତେ ନୂତନ ପୁରସ୍କାର ଘୋଷଣା କରି ଇତିହାସ ରଚିବାରେ ସଫଳ ହୋଇଥିବାରୁ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ଉପସଭାପତି ଶ୍ରୀଯୁକ୍ତ ମନ୍ମଥ ଶତପଥୀ ଏବଂ ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥଙ୍କୁ ଓଡ଼ିଶା ନାଟ୍ୟସଂଘ ତରଫରୁ ସଭାପତି ଶ୍ରୀ ହରେନ୍ ସାହୁ କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.