୨୧୬୭ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ମୋଟ ନାମ ଲେଖାଇଲେଣି ୩,୭୭,୭୭୦ ଜଣ ଛାତ୍ରଛାତ୍ରୀ

0 2

କିଛି ଶିକ୍ଷାନୁଷ୍ଠାନ ରେ ଅଣସରଂକ୍ଷିତ ମେଧାବୀ ଛାତ୍ରଛାତ୍ରୀseat ପାଇବାରୁ ବଞ୍ଚିତ ହେଉଛନ୍ତି I ଏହି ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କୁ SPOT ଚୟନ ପ୍ରକ୍ରିୟାରେ ଖାଲି ଥିବା ଆସନସଂଖ୍ୟା ମଧ୍ୟରୁ Weightage ରେ ଚୟନୀତ ସଂଖ୍ୟା ବିପକ୍ଷରେଯୋଗ୍ୟ ଅଣସରଂକ୍ଷିତ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଆବେଦନ କରିଥିବା ବିଦ୍ୟାଳୟରେଆସନ ପ୍ରଦାନ କରାଯିବ I

file photo

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ରେ ୨୧୬୭ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ମୋଟ ୫,୦୯,୩୭୩ ଆସନ ମଧ୍ୟରୁ ୩,୭୭,୭୭୦ ଜଣ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି Iଏକାଦଶ ଶ୍ରେଣୀରେଏଡମିଶନ ନିମନ୍ତେ SC/ST/Ex-Serviceman/ଭିନ୍ନକ୍ଷମ ମାନଙ୍କ ପାଇଁ Reservation ର ବ୍ୟବସ୍ଥା ଅଛି I ସେହିପରି NCC/ScoutGuide/ରାଜ୍ୟ ତଥା ଜାତୀୟ ସ୍ତରୀୟକ୍ରୀଡା ରେ ଭାଗନେଇଥିବା ବିଦ୍ୟାର୍ଥୀ ମାନଙ୍କ ପାଇଁWeightage ର ପ୍ରବଧାନ ଅଛି I ପ୍ରତ୍ୟେକ ବିଦ୍ୟାଳୟରେ ଥିବା ମୋଟ ଆସନ ସଂଖ୍ୟା ର ଶତକଡା ୧୦ ପ୍ରତିଶତ Weightageଧାରୀ ଆବେଦନକାରୀଙ୍କ ପାଇଁ ଧାର୍ଯ୍ୟ କରାଯାଇଥାଏI
ପ୍ରଥମ ଓ ଦ୍ଵିତୀୟ ଚୟନ ପ୍ରକ୍ରିୟା ପରେ ଦେଖାଗଲା ଯେ କିଛି ଅନୁଷ୍ଠାନ ରେ Weightage ପାଇଁ ଧାର୍ଯ୍ୟ ଥିବା ଆସନ ସଂଖ୍ୟା ଶତକଡା ୧୦ ପ୍ରତିଶତ ରୁ କମ ଅଛି I
ଚଳିତSPOT ଚୟନ ପ୍ରକ୍ରିୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରଥମ ଏବଂ ଦ୍ଵିତୀୟ ଚୟନ ପ୍ରକ୍ରିୟା ପରେ ଖାଲି ଥିବା ସମସ୍ତ ଆସନ ଗୁଡିକୁ ପୂରଣ କରିବା ନିମନ୍ତେ ସମସ୍ତ ଆବେଦନକାରୀଙ୍କ ସହିତWeightage (NCC,ScoutGuide,Sports) ଦାବିଦାର ବିଦ୍ୟାର୍ଥୀଙ୍କୁ ବିଚାର କୁ ନିଆଯାଇ system ଦ୍ଵାରା ଏକ ମେଧା ତାଲିକା ପ୍ରସ୍ତୂତ କରଯାଇଥିଲା I
ଏବେ ପରିଲକ୍ଷିତ ହେଲା ଯେ ଏହାଦ୍ବାରା କିଛି ଶିକ୍ଷାନୁଷ୍ଠାନ ରେ ଅଣସରଂକ୍ଷିତ ମେଧାବୀ ଛାତ୍ରଛାତ୍ରୀseat ପାଇବାରୁ ବଞ୍ଚିତ ହେଉଛନ୍ତି I ଏହି ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କୁ SPOT ଚୟନ ପ୍ରକ୍ରିୟାରେ ଖାଲି ଥିବା ଆସନସଂଖ୍ୟା ମଧ୍ୟରୁ Weightage ରେ ଚୟନୀତ ସଂଖ୍ୟା ବିପକ୍ଷରେଯୋଗ୍ୟ ଅଣସରଂକ୍ଷିତ ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଆବେଦନ କରିଥିବା ବିଦ୍ୟାଳୟରେଆସନ ପ୍ରଦାନ କରାଯିବ I ଏଥିନିମନ୍ତେ ସମସ୍ତ ଯୋଗ୍ୟ ଆବେଦନକାରୀଙ୍କୁ ବାର୍ତ୍ତା (WhatsApp/SMS) ମାଧ୍ୟମରେ ଅବଗତ କରାଯିବ I ଇଛୁକ ଛାତ୍ରଛାତ୍ରୀ ମାନେଆସି ଉକ୍ତ ଶିକ୍ଷାନୁଷ୍ଠାନ ରେ ନିଜ ଇଚ୍ଛା ପ୍ରକାଶ କଲେ ସେମାନଙ୍କର ଏଡମିଶନ ବୈଧ କରାଯିବ I

Leave A Reply

Your email address will not be published.