ଉତ୍କଳ ଆଲୁମିନାରେ କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଅଧୀନରେ ବିଶାଳ ବୃକ୍ଷରୋପଣ ଅଭିଯାନ

0 1

“ଏକ ସବୁଜ ଭବିଷ୍ୟତର ପରିପୋଷଣ କରୁଛି”

କାଶୀପୁର /ଟିକିର ରୁ ବୈକୁଣ୍ଠ ଦୁରିଆ : ପରିବେଶ ଓ ଦୀର୍ଘସ୍ଥାୟିତ୍ୱ ଦିଗରେ ଏହାର ନିରନ୍ତର ପ୍ରୟାସ ଜାରି ରଖି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ ୨୦୨୩ ଅଗଷ୍ଟ ୫ ତାରିଖରେ ଏହାର ପରିପାର୍ଶ୍ଵିକ ଗ୍ରାମସମୂହ ଏବଂ ଆର୍‍ଆଣ୍ଡଆର୍‍ (ପୁନର୍ବସତି ଓ ପୁନଃଥଇଥାନ) କଲୋନିଗୁଡିକରେ କର୍ମଚାରୀ ସାମାଜିକ ସ୍ୱେଚ୍ଛାକୃତ କାର୍ଯ୍ୟକ୍ରମ ଅଧୀନରେ ଏକ ବୃକ୍ଷରୋପଣ ଅଭିଯାନ କାର୍ଯ୍ୟକାରୀ କରିଛି ।
ଏହି କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନାର ବରିଷ୍ଠ ପରିଚାଳନା କର୍ତ୍ତୃପକ୍ଷ, ଗ୍ରାଜୁଏଟ୍‍ ଇଞ୍ଜିନିୟର ଟ୍ରେନି, ଡିପ୍ଲୋମା ଇଞ୍ଜିନିୟର ଟ୍ରେନିଙ୍କ ସମେତ ଉତ୍କଳ ଆଲୁମିନାର କର୍ମଚାରୀ, ଆର୍‍ଆର୍‍ କଲୋନି ବାସିନ୍ଦା ଏବଂ ଗୋଷ୍ଠୀ ସଦସ୍ୟବୃନ୍ଦ ଅତ୍ୟନ୍ତ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ ଏବଂ ସେମାନେ ସମସ୍ତେ ଏକ ମହତ୍‍ ଉଦ୍ଦେଶ୍ୟ ନିମନ୍ତେ ସମବେତ ହୋଇ ୫୦୦ରୁ ଅଧିକ ବୃକ୍ଷଚାରା ରୋପଣ କରିଥିଲେ ।
କାର୍ଯ୍ୟକ୍ରମରେ ଉତ୍କଳ ଆଲୁମିନାର ଶ୍ରୀ କୌଶିକିଶରଣ ମିଶ୍ର (ହେଡ୍‍ ଅଫ ଅପରେସନ୍ସ), ଶ୍ରୀ ବିଜୟ କୁମ୍‍ରା (ୟୁନିଟ୍‍ ଏଚଆର୍‍ ହେଡ୍‍), କଲୋନେଲ ପୱନ ପାଲ୍‍ ସିଂ (ହେଡ୍‍ ଅଫ ସିକ୍ୟୁରିଟି ଆଣ୍ଡ ଆଡମିନ୍‍) ଏବଂ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର (ହେଡ୍‍ ସିଏସ୍‍ଆର ଆଣ୍ଡ ସିଆର୍‍) ପ୍ରମୁଖ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ । ସେମାନଙ୍କର ଉପସ୍ଥିତି ଏବଂ ସ୍ୱେଚ୍ଛାକୃତ କାର୍ଯ୍ୟ ଏକ ସବୁଜ ଭବିଷ୍ୟତ ଏବଂ ଗୋଷ୍ଠୀ କଲ୍ୟାଣ ଦିଗରେ କମ୍ପାନୀର ଉତ୍ସର୍ଗୀକୃତ ଭାବର ପ୍ରତୀକ ହୋଇଛି ।
ସମାଜର ବୃହତ୍ତର ମଙ୍ଗଳ ନିମନ୍ତେ କର୍ମଚାରୀ ଏବଂ ଗୋଷ୍ଠୀ ସହିତ ଯୋଡିହେବା ନିମନ୍ତେ ଉତ୍କଳ ଆଲୁମିନା ଏହିଭଳି ମହତ୍‍ ପ୍ରୟାସ ଜାରି ରଖିବ । ଶ୍ରୀମତୀ ନିହାରିକା ସାହୁ (ଡିଏଚ୍‍ ସିଏସ୍‍ଆର ପ୍ଲାଣ୍ଟ୍‍)ଙ୍କ ତତ୍ତ୍ୱାବଧାନରେ ଟିମ୍‍ ସିଏସଆର୍‍ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

Leave A Reply

Your email address will not be published.