ନୟାଗଡ଼,(ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲାର ନୂତନ ଜିଲ୍ଲା ଶିକ୍ଷାଧିକାରୀ ଭାବେ ରାଜଶ୍ରୀ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଏଠାରେ କାର୍ଯ୍ୟରତ ଥିବା ଶିକ୍ଷାଧିକାରୀ ଅକ୍ରୁର ବାରିକଙ୍କ ଭଦ୍ରକ ଜିଲ୍ଲାକୁ ବଦଳି ହୋଇଛି। ଆଜି ପୂର୍ବାହ୍ନରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ରାଜ୍ୟ ସରକାର ୧୮ଜଣ ଶିକ୍ଷାଧିକାରୀଙ୍କୁ ବଦଳି କରିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀମତୀ ପଟ୍ଟନାୟକ ପୂର୍ବରୁ ଓସେପାର ଯୁଗ୍ମ ନିର୍ଦ୍ଦେଶିକା ଭାବେ ଭୁବନେଶ୍ୱର ଠାରେ କାର୍ଯ୍ୟରତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post