ରାଉରକେଲା-(ସୁଶାନ୍ତ ବେହେରା) ଗତ ତା-୧୭/୦୯/୨୦୧୮ ରିଖ ରାଉରକେଲା ସହରସ୍ଥିତ ମଧୁସୂଦନ ପଲ୍ଲୀର ତେଲୁଗୁପଡାରେ ଘଟିଥିବା ବିସ୍ଫୋରଣରେ କ୍ଷୟକ୍ଷତି ନିମନ୍ତେ ବିପନ୍ନ ୭୦ ପରିବାରଙ୍କୁ ଅଦ୍ୟ ତାରିଖ ତା-୨୫/୦୯/୨୦୧୮ ରିଖ ପୂର୍ବାହ୍ନ ସମୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ରେଡକ୍ରସ ଶାଖା ତରଫରୁ ଜରୁରୀ କାଳୀନ ରିଲିଫ ସାମଗ୍ରୀ ସହାୟତା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ଏହି ଜରୁରୀ ରିଲିଫ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା ଶ୍ରୀମତୀ ମୋନିଷା ବାନାର୍ଜୀ ବିପନ୍ନ ୭୦ ଟି ପରିବାରଙ୍କୁ ଜରୁରୀ ରିଲିଫ ସାମଗ୍ରୀର ଏକ କିଟ୍ ଓ ଆର୍ଥିକ ସହାୟତା ସ୍ୱରୁପ ଅତ୍ୟାଧିକ କ୍ଷୟକ୍ଷତି ହୋଇଥିବା ୧୬ଟି ପରିବାରଙ୍କୁ ପ୍ରତ୍ୟେକ ଟ.୧୦,୦୦୦ /-ଙ୍କା ଓ ଆଂଶିକ କ୍ଷୟକ୍ଷତି ହୋଇଥିବା ୫୪ଟି ପରିବାରଙ୍କୁ ପ୍ରତ୍ୟେକ ଟ.୫,୦୦୦ /- ଲେଖାଏଁ ଜିଲ୍ଲା ରେଡକ୍ରସ ଶାଖା ରାଉରକେଲା ତରଫରୁ ସହାୟତା ପ୍ରଦାନ କରିଛନ୍ତି | ଉକ୍ତ ଜରୁରୀ ରିଲିଫ ସାମଗ୍ରୀ ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ରେଡକ୍ରସ ଶାଖାର ସଂଯୋଜକ, ବିପିନ ଚୌଧୁରୀ, ଲଲିତ ମୋହନ ଷଢଙ୍ଗୀ, କାଉନସିଲର, ଗାନ୍ଧି ମହାବିଦ୍ୟାଳୟ, ଅକ୍ଷୟ କୁମାର ଦାସ, କାଉନସିଲର, ହୃଷିକେଶ ରାୟ ମହାବିଦ୍ୟାଳୟ, ରାଉରକେଲା ତଥା ଉଭୟ ମହାବିଦ୍ୟାଳୟର ଯୁବ ରେଡକ୍ରସ ସୋସାଇଟିର ସ୍ୱେଚ୍ଛାସେବୀ ସହ ଅତିରିକ୍ତ ଜିଲ୍ଲାପାଳ, ରାଉରକେଲା କାର୍ଯ୍ୟାଳୟ ରେଡକ୍ରସ ଶାଖାର କର୍ମକର୍ତ୍ତା ପ୍ରମୁଖ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.