ଗାଇସିଲେଟ/ମନ ଡନସନା- ଗାଇସିଲାଟ ବ୍ଲକ୍ ର କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡଙ୍ଗରମୁଣ୍ଡା ଗ୍ରାମକୁ ଆଜି ହଟାତ୍ ଗାଇସିଲେଟ ବିଡିଓ ଶ୍ରୀଯୁକ୍ତ ମନୋଜ କୁମାର ଦେବତା ପହଞ୍ଚି କଟାବାହାଲ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା ଙ୍କ ସହିତ ଗାଁ ଦାଣ୍ଡ ରେ ବସି ଦୀର୍ଘ ୨ ଘଣ୍ଟା ସମୟ ସାଧାରଣ ଲୋକଙ୍କ ସହିତ ବସି ସମସ୍ତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତେବେ ଗତ ୨୦ ତାରିଖ ଦିନ ସମାଜସେବୀ ସୁଶାନ୍ତ ପଣ୍ଡାଙ୍କ ନେତୃତ୍ୱ ରେ ଗ୍ରାମବାସୀ ପଦ୍ମପୁର ଉପଜିଲ୍ଲାପାଳ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ । କାରଣ ଭାରତ ସ୍ଵାଧୀନ ହେବା ର ୭୫ ବର୍ଷ ପୁରିଯାଇଥେଲେ ସୁଦ୍ଧା ଏଠାକାର ଲୋକେ ଆଜି ପର୍ଯ୍ୟନ୍ତ ମତଦାନ କରିବା ପାଇଁ ଦୀର୍ଘ ୬ କି.ମି. ଦୂର ରାସ୍ତା ସେମେଲମୁଣ୍ଡା ଗ୍ରାମକୁ ଯାଇ ମତଦାନ କରିଆସୁଛନ୍ତି । କିଛି ଦିନ ତଳେ ପଦ୍ମପୁର ଉପଜିଲ୍ଲାପାଳ ଡଙ୍ଗରମୁଣ୍ଡା ଗ୍ରାମ କୁ ପହଞ୍ଚି ସ୍ଥିତି ପରଖିଥିବା କଥା ବିଡ଼ିଓଙ୍କ ସହିତ ଲୋକେ ଆଲୋଚନା କରି ଗ୍ରାମବାସୀ ପୁଣି ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଗ୍ରାମରେ ଥିବା ଅନେକ ସମସ୍ୟା ବାର୍ଦ୍ଧକ୍ୟ,ବିଧବା ଓ ବିକଳାଙ୍ଗ ଭତ୍ତା ଟଙ୍କା, ଡଙ୍ଗରମୁଣ୍ଡା ଗ୍ରାମରୁ ଭେଲୁଆଁପଦର୍ ଗ୍ରାମକୁ ସଂଯୋଗ କରିବା ପାଇଁ ଏକ ନୂତନ ରାସ୍ତା , ପୋଖରୀ ର ପଙ୍କ ଉଦ୍ଧାର, ସ୍କୁଲ ରେ ଜଣେ ଶିକ୍ଷକ ଥିବାରୁ ଆଉ ଜଣେ ନୂତନ ଶିକ୍ଷକ ଯୋଗାଇଦେବା, ଗ୍ରାମରେ ଏକ ଯଜ୍ଞମଣ୍ଡପ ଏମିତି ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ତେବେ ଏତେ ସମୟ ଧରି ଗ୍ରାମବାସୀଙ୍କ ସହିତ ଜଣେ ବିଡିଓ ଗାଆଁ ଦାଣ୍ଡରେ ବସି ଆଲୋଚନା କରିବା କଥା ସମସ୍ତ ଗ୍ରାମବାସୀଙ୍କୁ ଚକିତ କରିଦେଇଥିଲା । କାରଣ ୟା ପୂର୍ବରୁ କେବେ ଏହି ଗ୍ରାମ କୁ ପ୍ରଶାସନ ଅଧିକାରୀ ପହଞ୍ଚି ନ ଥିଲେ କି ଲୋକେ ତାଙ୍କ ସମସ୍ୟା ଜଣାଇବା ପାଇଁ ବ୍ଲକ୍ ଅଫିସ ଦେଖି ନ ଥିଲେ । ଡଙ୍ଗରମୁଣ୍ଡା ଗ୍ରାମବାସୀଙ୍କ ଦାବି ପତ୍ର ପାଇଲା ପରେ ଉପଜିଲ୍ଲାପାଳ ଙ୍କ ଏଭଳି ତତ୍ପରତା ଦେଖି ଲୋକେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସଦାକର କୁମ୍ଭାର ଏବଂ ବିଡିଓ ଶ୍ରୀଯୁକ୍ତ ମନୋଜ ଦେବତା ସ୍ଥାନୀୟ ସରପଞ୍ଚ ଅର୍ପିତା ପଣ୍ଡାଙ୍କୁ ଗ୍ରାମବାସୀ ଧନ୍ୟବାଦ୍ ଜଣାଇବା ସହ ଭୂରି ଭୂରି ପ୍ରଶଂସା କରିଥିଲେ ।
Sign in
Sign in
Recover your password.
A password will be e-mailed to you.