ଝାରବନ୍ଧ-ମନୋହର ଦାଶ: ଆଜି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ବିଜେପୁର ମିଶନ ଶକ୍ତି କାଫେକୁ ପରିଦର୍ଶନରେ ଆସି ଖାଦ୍ୟ ଗ୍ରହଣ କରିଛନ୍ତି। ତାଙ୍କ ସହ ବରଗଡ଼ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା, ପ୍ରକଳ୍ପ ନିର୍ଦ୍ଦେଶକ ଆଦିତ୍ୟ ଗୋୟଲ ଓ ପଦ୍ମପୁର ଉପଜିଲ୍ଲାପାଳ ସଦାକର କୁମ୍ଭାର ମଧ୍ୟ ରହିଥିଲେ।
ଆଜି ବିଜେପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ପ୍ରକଳ୍ପ ନିର୍ଦ୍ଦେଶକ ଓ ଉପଜିଲ୍ଲାପାଳ ନିକଟରେ ରହିଥିବା ମିଶନ ଶକ୍ତି କାଫେକୁ ଆସିଥିଲେ। ସେଠାରେ ମିଶନ ଶକ୍ତି ମାଁ ମାନଙ୍କ ସହ ସେ କାଫେର ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ଆଉ କେଉଁ ସବୁ ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିଲେ କାଫେ ଆହୁରି ଜନାଦୃତ ହେବ ସେ ଉପରେ ବିଶେଷ ଆଲୋଚନା ହୋଇଥିଲା। ସବୁବେଳେ ସ୍ବଚ୍ଛତା ଓ ଖାଦ୍ୟର ଉନ୍ନତ ମାନ ବଜାୟ ରଖିବାକୁ ଜିଲ୍ଲାପାଳ ମିଶନ ଶକ୍ତି ମାଁ ମାନଙ୍କୁ ପରାମର୍ଶ ଦେଇଛନ୍ତି।
ଏହି ସମୟରେ ଜିଲ୍ଲାପାଳ ମିଶନ ଶକ୍ତି କାଫେରେ ଅନ୍ୟ ଅଧିକାରୀ ମାନଙ୍କ ସହ ଖାଦ୍ୟ ଗ୍ରହଣ କରି ନିଜେ ଖାଦ୍ୟର ମାନ ପରୀକ୍ଷା କରିଥିଲେ ଓ ସମସ୍ତେ ବିଶେଷ ଭାବରେ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିପାଇଁ ଏହି ମିଶନ ଶକ୍ତି କାଫେର ସମସ୍ତ ମହିଳା ମାନଙ୍କୁ ସମସ୍ତ ଅଧିକାରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅଭିଯୋଗ ଶୁଣାଣୀକୁ ଆସିଥିବା ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ ଏହି ମିଶନ ଶକ୍ତି କାଫେରେ ଖାଦ୍ୟ ଗ୍ରହଣ କରି ମାଁ ମାନଙ୍କୁ ଉତ୍ସାହିତ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post