କୃପାଳୁ ଶିଶୁ ସାହିତ୍ୟ ଆସରରେ ଅଧିକ ଶ୍ରାବଣ ମାସ କଥା

0

 ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପ୍ରତିମାସର ଶେଷ ରବିବାର ଦିନ ବାଲ୍ ମୁକୁନ୍ଦ କେନ୍ଦ୍ର ଉପସ୍ଥାପନା କରିଥିବା “କୃପାଳୁ ଶିଶୁ ସାହିତ୍ୟ ଆସର” ସ୍ଥାନୀୟ କୁମ୍ଭାର ସାହି ପ୍ରାଥମିକ ସଂସ୍କାର ଠାରେ “ଅଧିକ ଶ୍ରାବଣ ମାସ” ବିଷୟକୁ ନେଇ ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।
ଏଥିରେ କେନ୍ଦ୍ର ପ୍ରତିନିଧି ସୁନୀତା ଦିଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଭିଭାବକ ମାନେ ଯୋଗ ଦେଇ ଆଲୋଚନାରେ ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମେ ବିଷୟବସ୍ତକୁ ବୁଝାଇ ହରିହରଙ୍କ କଥା ତଥା ଶ୍ରାବଣ ମାସର ମହତ୍ତ୍ଵ ବିଷୟରେ କୁହାଯାଇଛି।
ଆମ ମାତୃଭାଷାକୁ ନିର୍ଭୁଲ କହିବା , ପଢ଼ିବା ଓ ଲେଖିବା ସହ ସଂସ୍କାର ଯୁକ୍ତ ହୋଇ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଜାଣିବା ପାଇଁ ପ୍ରେରିତ କରାଯାଇଥିଲା ଏବଂ ଆମ ଭାଷାର ଶ୍ରେଷ୍ଠତ୍ଵକୁ ବୁଝି ଜ୍ଞାନ ଆରୋହଣ କରିବା ପାଇଁ ପରାମର୍ଶ ଦିଆଯାଇଥିଲା।
ଶେଷରେ ଏହି ପବିତ୍ର ମାସ ଅବସରରେ ରାଷ୍ଟ୍ରର ସତ୍ୟ , ଧର୍ମ ଓ ପବିତ୍ରତା ଏବଂ ଶିଶୁ ମାନଙ୍କର ମୌଳିକ ଅଧିକାର ଅକ୍ଷୁର୍ଣ୍ଣ ରହିବା ନିମନ୍ତେ ଜଗଦଗୁରୁ ଶ୍ରୀକୃପାଲୁ ମହାରାଜଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।

Leave A Reply

Your email address will not be published.