ଘୁ.ଉଦୟଗିରି (ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ. ଉଦୟଗିରି ଵିଜ୍ଞପିତ ଅଞ୍ଚଳ ପରିଷଦ ଠାରେ ଅଧ୍ୟକ୍ଷା ସ୍ବର୍ଗତ ଶ୍ରୀମତୀ ଭାନୁପ୍ରଭା ମିଶ୍ରଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଛି I ବିଜୁ ଜନତା ଦଳର ଜଣେ ଦକ୍ଷ ନାରୀନେତ୍ରୀ ଭାବେ ବେଶ ପରିଚିତ ଥିଲେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଅଧ୍ୟକ୍ଷା ସ୍ବର୍ଗତଃ ଭାନୁପ୍ରଭା ମିଶ୍ର I ଅଧକ୍ଷାଙ୍କ ସ୍ୱାମୀ ସୁବାଷ ଚନ୍ଦ୍ର ଶତପଥୀ ଜଣେ ସ୍ବେଛା ସେବୀ ଓ ଏନଏସି ର ୱାର୍ଡ଼ ନମ୍ବର ୧୦ ମହାଗୁଡ଼ା ସାହିର ବାସିନ୍ଦା I ତାଙ୍କର ଏକ ମାତ୍ର ପୁଅ ଓ ଏକ ମାତ୍ର କନ୍ୟା ଅଛନ୍ତି I ତାଙ୍କ ମୃତ୍ୟୁକୁ ଆଜି ୧୪ ଦିନ ବିତିଯାଇଥିଲେ ସୁଦ୍ଧା କେହି ମଧ୍ୟ ଏହି ଦୁଃଖଦ ଖବରକୁ ସହଜ ରେ ବିଶ୍ୱାସ କରି ପାରୁନାହାନ୍ତି I ସମସ୍ତେ ଆଜି ସ୍ବର୍ଗତଃ ଭାନୁପ୍ରଭା ଅପାଙ୍କୁ ଅଭୁଲା ସ୍ମୃତିକୁ ଝୁରୁଛନ୍ତି I ଏହି ଅବସରରେ ଜି.ଉଦୟଗିରି ଏନଏସି ଟାଉନହଲ ଠାରେ ସ୍ବର୍ଗତଃ ଭାନୁପ୍ରଭା ମିଶ୍ରଙ୍କ ଉଦେଶ୍ୟରେ ଏକ ସ୍ମୃତିଚାରଣ ସଭାରେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡା ବିଧାୟକ ଚକ୍ରମଣୀ କଁହର ,ଫୁଲବାଣୀ ବିଧାୟକ ଅଙ୍ଗଦ କଁହର, ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କଁହର, ଜିଲ୍ଲା ପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସାଧବାଣୀ ନାୟକ, ରୋଦନ ମଲ୍ଲିକ, ସୁଷମା ପ୍ରଧାନ, ଗୋପାଳକୃଷ୍ଣ ମହାପାତ୍ର, ସନ୍ତୋଷ ବାଘ, ଟୁନା ଦାଶ, ସମୀର ପାଢ଼ୀ, ମମତା ବିଷୋୟୀ, ସମସ୍ତ ଏନଏସି କାଉନସିଲର ଏବଂ ସରପଞ୍ଚଙ୍କ ସହ ବହୁ ଦଳୀୟ ନେତା ଯୋଗ ଦେଇ ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |
ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ, ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ୱାରା ମିଶନଶକ୍ତି ଗୃହ, ଖୋଲା ସ୍ଥାନରେ ସୌନ୍ଦର୍ଯ୍ୟ କରଣ, ଅଙ୍ଗନୱାଡି କେନ୍ଦ୍ର ଏବଂ ସହରର ଆହାର କେନ୍ଦ୍ର, ବନ୍ଧ ଛକ, ଶ୍ରୀରାମପଦା ଛକ ଠାରେ ଥଣ୍ଡା ପାନୀୟ ଜଳ କେନ୍ଦ୍ରର ଶୁଭ ଉଦଘାଟନ ହୋଇଯାଇଛି I ଆଜିର ଏହି କାର୍ଯ୍ୟକ୍ରମରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଓ ସମସ୍ତ ଏନଏସି କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଅଞ୍ଚଳ ବାସୀ ସହଯୋଗ କରି ସ୍ବର୍ଗତଃ ମିଶ୍ରଙ୍କ ଅମର ଆତ୍ମାର ସଦ ଗତି କାମନା କରିଛନ୍ତି I
Sign in
Sign in
Recover your password.
A password will be e-mailed to you.