ଜଗତସିଂହପୁର,ତା-୨୯.୦୭.୨୦୨୩/ସୁମନ୍ତ କୁମାର ଦାସ:ତିର୍ତ୍ତୋଲ ବ୍ଲକ ସାମନ୍ତରାୟପୁର ପଞ୍ଚାୟତ ଅଧୀନ ଅନୁପଲା ଗ୍ରାମରେ ଥିବା ଅନୁପଲା ପ୍ରାଥମିକ ବିଦ୍ୟାଳୟରେ ୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାଥମିକ ବିଦ୍ୟାଳୟ ଗୃହ ପୁନଃରୁଦ୍ଧାର ଯୋଜନା ଅନ୍ତର୍ଗତ ଦୁଇ ଲକ୍ଷ ପଚାଶ ହଜାର ବ୍ୟୟବରାଦ ହୋଇଥିଲା | ପୁରୁଣା ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବା ବେଳେ କାନ୍ଥ ଏକାଧିକ ଜାଗାରେ ଭଗ୍ନ ଅବସ୍ଥାରେ, କିନ୍ତୁ ଏଥିପ୍ରତି କାହାର ନିଘା ନାହିଁ, ଏମିତିକି ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀଙ୍କ ନିକଟରେ ମଧ୍ୟ କୌଣସି ସୂଚନା ନାହିଁ, କିଏ କାମ କରିଛନ୍ତି ଏବଂ କଣ କାମ ହୋଇଛି | ଉକ୍ତ କାର୍ଯ୍ୟାଦେଶଟି ବିଭାଗୀୟ ଯନ୍ତ୍ରୀ ଙ୍କ ନାମରେ ଥିବା ବେଳେ କିଛିବି ପୁନଃରୁଦ୍ଧାର କାର୍ଯ୍ୟ ନହୋଇ ବିଦ୍ୟାଳୟର ପଛପଟ କାନ୍ଥରେ ଫଳକ ଲେଖି ସମସ୍ତ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ପୂର୍ବତନ ୱାର୍ଡ ସଭ୍ୟ ଅଦୈତ କୁମାର ସ୍ୱାଇଁ, ସୁନୀଲ କୁମାର ଦାସ, ରମେଶ ଚନ୍ଦ୍ର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସନ୍ତୋଷ କୁମାର ଦାସ ପ୍ରମୁଖ | ବିଦ୍ୟାଳୟ ଭଳି ପବିତ୍ର ସ୍ଥାନରେ ଏଭଳି ମିଥ୍ୟା ବିଲ୍ କୁ ନେଇ ଅସନ୍ତୁଷ୍ଟ ବ୍ୟକ୍ତ କରିବା ସହିତ ଏହି କାର୍ଯ୍ୟକୁ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛନ୍ତି |
ଅପର ପକ୍ଷରେ ବର୍ତ୍ତମାନ ର ୱାର୍ଡ ସଭ୍ୟା ସବିତା ଦାସ, ନୃସିଂହ ଚରଣ ବାରିକ ଏବଂ ବ୍ଲକ ଅଧକ୍ଷ ମନୋଜ କୁମାର ବେହେରାଙ୍କ ନିଜ ପ୍ରତିକ୍ରିୟାରେ ଏହି ଦୁର୍ନୀତିକୁ ଭିତ୍ତିହୀନ କହିବା ସହିତ ମରାମତି ହେବା ପାଇଁ ଥିବା ଘରର କାନ୍ଥ ଏକାଧିକ ସ୍ଥାନରେ ଭାଙ୍ଗି ଯାଇଥିବା ଯୋଗୁଁ, ଏହାକୁ ମରାମତି ନକରି ନୂତନ ଗୃହ ନିର୍ମାଣ କରାଯିବା ପାଇଁ ବ୍ଲକ ଅଧକ୍ଷ, ସ୍ଥାନୀୟ ସରପଞ୍ଚ, ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ,ୱାର୍ଡ ସଭ୍ୟା ଏବଂ କନିଷ୍ଠ ଯନ୍ତ୍ରୀ ଙ୍କ ଜ୍ଞାତସାରରେ ସ୍ଥିର କରାଯାଇଥିଲା | ଅଭିଯୋଗକାରୀ ମାନେ ନିଜ ସନ୍ଦେହ ଦୂର କରିବା ପାଇଁ ଆବଶ୍ୟକୀୟ ତଦନ୍ତ କରନ୍ତୁ ବୋଲି କହିଥିଲେ |
Sign in
Sign in
Recover your password.
A password will be e-mailed to you.