ବାଲେଶ୍ଵର ଜିଲ୍ଲାର ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ସୋର ଓ ଖଇରା ଅଞ୍ଚଳରେ ଶହ ଶହ ଲିଟର ଦେଶୀ ମଦ ଜବତ,

0

ଖଇରା(ବୁଲୁ ଲେଙ୍କା): ବାଲେଶ୍ଵର ଜିଲ୍ଲା ଖଇରା ଓ ସୋର ଅଞ୍ଚଳରେ ତା୨୯.୦୭.୨୦୨୩ ରିଖ ଦିନ ସୋର ଓ ଖଇରା ଅଞ୍ଚଳରୁ ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗର (ଭ୍ରାମ୍ୟମାଣ) ଅଧିକାରୀଙ୍କ ଦ୍ବାରା ଚଢ଼ାଉ କରାଯାଇ ଦୁଇଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି,୧ ଜିତେନ୍ଦ୍ର ଜେନା, ଅନ୍ୟ ଜଣେ ହେଲେ ଖଇରା ମେଡିକାଲ ପଛ ଗ୍ରାମର ପୁରୋସ୍ତମପୁର ସାହିର ବାବୁଲି ସାହୁ, ଏମାନଙ୍କୁ ଆଜି ସକାଳୁ ଭୋରୁ ସମୟରେ ନିଜର ବ୍ୟକ୍ତିଗତ ବାସଗୃହ ଠାରେ ଦେଶୀ ମଦ ଗ୍ରାହକ ମାନଙ୍କୁ ବିକ୍ରୟ ସମୟରେ ବାଲେଶ୍ଵର ଜିଲ୍ଲାର ଅବକାରୀ ଭ୍ରାମ୍ୟମାଣ ଟିମ୍ ହଠାତ୍ ପହଞି ଚୋରା ମଦ ବେପାରୀ ଜିତେନ୍ଦ୍ର ଜେନା ଠାରୁ ୪୦ଲିଟର ଓ ଖଇରାରୁ ବାବୁଲି ସାହୁ ନିକଟରୁ ୬୦୦ ( ଛଅ ଶହ ଲିଟର) ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଧରି ନିସ୍ତୁକ ମାଡ଼ ମାରି କୋର୍ଟକୁ ଚାଲାଣ କରାଯାଇଛି, ଏମାନଙ୍କ ବିରୁଦ୍ଧରେ PR NO122, 123/2023-24 OF DISTRICT MOBILE UNIT ରେ କେସ୍ ରୁଜୁ କରାଯାଇଛି, ଏହି ବାଲେଶ୍ଵର ଜିଲ୍ଲା ଅବକାରୀ ବିଭାଗ ଭ୍ରାମ୍ୟମାଣ ଟିମ୍ ରେ ଅଫିସର ଇନ୍ ଚାର୍ଜ ଅଧିକାରୀ ହେଲେ ଭକ୍ତ ଚରଣ ସ୍ବାଇଁ, ସହକାରୀ ସବ୍ ଇନ୍ସପେକ୍ଟର ମଙ୍ଗଲ କୁମାର ସିଂ, ବିଦ୍ୟାଧର ବିନ୍ଧାଣି, ସୃଷ୍ଟିଧର ଦେହୁରୀ, ପଙ୍କଜ ମହାନ୍ତି,ସୁନାରାମ ସୋରୋନ, ଏବଂ ମହିଳା କର୍ମଚାରୀ କାଜଲ୍ ପ୍ରିୟଦର୍ଶିନୀ, ସହଯୋଗ କରିଥିଲେ,

Leave A Reply

Your email address will not be published.