ଖଣି ପରେ ଏବେ କଣ ଭୁବନେଶ୍ୱର ଜମି ଉପରେ ପ୍ରଭାକରନଙ୍କ ଲୋଲୁପ ନଜର ??

0 2

ଉଦବେଗ ପ୍ରକାଶ କଲେ ଭୁବନେଶ୍ୱର ସାଂସଦ ଅପରାଜିତା

ଭୁବନେଶ୍ୱର : ଗତ କିଛି ବର୍ଷ ଧରି ବେଆଇନ ଖଣି କାରବାରରେ ଲିପ୍ତ ଥିବା ଅଭିଯୋଗ ହେଉଥିବା ତାମିଲ ଖଣି ବେପାରୀ ପ୍ରଭାକରନଙ୍କୁ ନେଇ ସଦ୍ୟ ଏକ ଅଭିଯୋଗ ଆସିଛି ରାଜନୀତିରେ ଏକାଧିକ ଜମି ହାତେଇବା ଘଟଣାକୁ ନେଇ | ସରକାରୀ ପ୍ରୋତ୍ସାହନରେ ପ୍ରଭାକରନଙ୍କ ପତ୍ନୀ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରାୟ ୧୭ ଏକରରୁ ଅଧିକ କିଣିଥିବା ଏବେ ନଜରକୁ ଆସିଥିବା ବେଳେ ତାକୁ ନେଇ ଆରମ୍ଭ ହୋଇଛି ଲୋକଙ୍କ ଭିତରେ ଚର୍ଚା | ଜଣେ ଖଣି ବେପାରୀ ରାଜଧାନୀରେ ଏତେ ଜମି କିଣୁଛି କାହିଁକି ?
ଆଉ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ | ରାଜଧାନୀ ଭୁବନେଶ୍ବର ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଜଣେ ବ୍ୟକ୍ତି ୩୯ଟି ପ୍ଲଟ କିଣିଥିବା ନେଇ ଭୁବନେଶ୍ବର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ସଂଗୀନ ଅଭିଯୋଗ ଆଣିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ଟୁଇଟ୍‌ କରି ସେ କହିଛନ୍ତି ଯେ, କେ ପ୍ରଭାକରନ୍‌ ନାମରେ ଜଣେ ବ୍ୟକ୍ତି ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଜମି କିଣିଛନ୍ତି। ବଡ଼ବଡ଼ିଆଙ୍କ ସ‌ହଯୋଗ ବିନା ଜଣେ ବ୍ୟକ୍ତି ଏତେସଂଖ୍ୟକ ଜମି କିଣିବା କ’ଣ ସମ୍ଭବ ବୋଲି ‌ସେ ପ୍ରଶ୍ନ ଉଠାଇଛନ୍ତି। ଯଦି ଜଣେ ବ୍ୟକ୍ତିଙ୍କୁ ସହଯୋଗ କରି ଏତେ ପରିମାଣରେ ଜମି କିଣିବାକୁ ଅନୁମତି ଦିଆଯିବ, ତା’ହେଲେ ଓଡ଼ିଶାର ଚାଷୀ କେଉଁଠିକୁ ଯିବେ? ଛତିଶଗଡ଼ ଓ ଝାଡ଼ଖଣ୍ଡ ଯିବେ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି। ମୋର ଭୁବନେଶ୍ବର ସଂସଦୀୟ କ୍ଷେତ୍ରର ଲୋକେ କହୁଛନ୍ତି, ସରକାରଙ୍କ ଛତ୍ରଛାୟା ତଳେ ପ୍ରଭାକରନ ଅଧିକରୁ ଅଧିକ ଜମି କିଣୁଛନ୍ତି ବୋଲି |
ଏଠି ମନେପକାଇଦେବାକୁ ଚାହୁଁ , ଏୟାରପୋର୍ଟ ନିକଟରେ ଠିକ ନବୀନ ନିବାସ ପଛକୁ ଲାଗି ଥିବା ମହାପ୍ରଭୁ ଲିଙ୍ଗରାଜଙ୍କ ୨୨୮ ଡେସିମିଲ୍ ଜମିକୁ ହୃଷିକେଶ ଦାସ ନାମକ ଜଣେ ବ୍ୟକ୍ତିଙ୍କଠୁ ୬.୪୫କୋଟି ଟଙ୍କାରେ କେ ପ୍ରଭାକରନ କ୍ରୟ କରି ସେଠାରେ ଏକ ହୋଟେଲ ନିର୍ମାଣ କରୁଥିଲେ । କିନ୍ତୁ ଏହାକୁ କିଛି ସ୍ବେଛାସେବୀ, ବୁଦ୍ଧିଜୀବୀ, ସ୍ଥାନୀୟ ଲୋକଙ୍କ ତୀବ୍ର ବିରୋଧ ଓ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଏହି ଜମି କିଣାବିକାକୁ ବୋର୍ଡ ଅଫ ରେଭନ୍ୟୁ ରଦ୍ଦ କରି ପୁରୁଣା ଖାତାକୁ ଫେରାଇ ନେଇଥିଲେ | ହେଲେ ତାହା ଏଯାବତ ମହାପ୍ରଭୁ ଲିଙ୍ଗରାଜଙ୍କ ରେକର୍ଡକୁ ଫେରିନଥିବା ସନ୍ଦେହ ସୃଷ୍ଟି କରିଛି |

Leave A Reply

Your email address will not be published.