ବାସୁଦେବପୁର – ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ବାସୁଦେବପୁର ରେ ବିଜୟ ଶ୍ରୀ ରାଉତ ରାୟ ଙ୍କ ୭୧ ତମ ଜନ୍ମ ଜୟନ୍ତୀ ପାଳନ ଅବସର ରେ ବିଜୟ ଶ୍ରୀ ରାଉତ ରାୟ ସ୍ମୃତି ସଂସଦ ବାସୁଦେବପୁର ପକ୍ଷ ରୁ ବାସୁଦେବପୁର ଅଞ୍ଚଳ ର ଦଶମ ଶ୍ରେଣୀ ପରୀକ୍ଷା ରେ ବ୍ଲକ୍ ଟପ୍ ମାନଙ୍କୁ ନେଇ ମେଧା ସମ୍ମାନ ସମାରୋହ ୨୦୨୩ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁଦାମ ମାରାଣ୍ଡି, ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ହିମାଂଶୁ ଲାଲ, ଆଇଜି, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦୋର୍, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଠ ପାଲି, ଓ ବାସୁଦେବପୁର ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଯୋଗ ଦେଇ ପ୍ରଦୀପ ପ୍ରଜଳନ୍ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ କପିଳେନ୍ଦ୍ର ମିଶ୍ର, ସୌରଭ ଓଟା sdpo, ସତ୍ୟ ଜିତ୍ ରାଉତ ବିଡିଓ, ସୌଭାଗ୍ୟ ରଞ୍ଜନ ପଣ୍ଡା ତହସିଲଦାର, ଜଗବନ୍ଧୁ ସାହୁ ଗୋଷ୍ଟି ଶିକ୍ଷା ଅଧିକାରୀ, ମାନସ କୁମାର ଦଣ୍ଡ ପାଟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପରିଷଦ, ଯୋଗ ଦେଇଥିଲେ। ଆୟୋଜିତ ସଭା କାର୍ଯ୍ୟ କର୍ମ ରେ ବିଧାୟକ ଙ୍କ ପ୍ରତିନିଧି ଅସିତ୍ ଦାସ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା। ଏହି ଅବସର ରେ ଦଶମ ଶ୍ରେଣୀ ପରୀକ୍ଷା ରେ ବ୍ଲକ୍ ଟପ୍ପର ଓ a 1 ର ପାଇଥିବା ପିଲା ମାନଙ୍କୁ , ଦୁଇ ଜଣ ୟୁନିଭର ସିଟି ଟପ୍ପର ଙ୍କୁ ସମ୍ମାନିତ କରାଯାଇଛି। ଉକ୍ତ କାର୍ଯ୍ୟ କର୍ମ ରେ ବାସୁଦେବପୁର ଅଞ୍ଚଳ ର ଶିକ୍ଷାବିତ୍, ସମାଜସେବୀ ଓ ବୁଦ୍ଧିଜୀବୀ ଓ ଅଭିଭାବକ,ଅଭିଭାବିକାଆ, ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.