ଖୋର୍ଦ୍ଧା (ରବି ନାରାୟଣ ସାହୁ ) : ଖୋର୍ଦ୍ଧା ଜିଲ୍ଲାର, ଖୋର୍ଦ୍ଧା ସହର ନିକଟସ୍ଥ ହାଡପଡା ଗ୍ରାମ ରେ ୟୋରସ ହୋପ ଆନୁକୂଲ୍ୟରେ ଆଖିଧରା ରୋଗର ନିରାକରଣ ଓ ଚିକିତ୍ସା ଯତ୍ନ ଉପରେ ସଚେତନତା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଆଖି ଧରିଲେ ଡାକ୍ତର ଙ୍କ ପରାମର୍ଶ ଅନୁସାରେ ଔଷଧ ଖାଇବେ, ଲଗାଇବେ, ପରିଷ୍କାର ଧଳା କପଡା ରେ ଉଷୁମ ପାଣିରେ ବୁଡାଇ ଚିପୁଡି ଆଖି ପୋଛିବା କଳା ଚଷମା ଲଗାଇବେ, ହାତ ପରିଷ୍କାର କରି ରଖିବେ। ଡେଙ୍ଗୁ ରୋଗର ମୁଖ୍ୟ କାରଣ ମଶା ପରିଚ୍ଛନ୍ନ ରହିବା ଉଚିତ୍, ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସର୍ବଦା ମଶାରୀ ଟାଙ୍ଗୀ ଶୋଇବା ଗ୍ରାମବାସୀ ଙ୍କୁ ଡାକ୍ତର , ସ୍ୱାସ୍ଥ୍ୟକର୍ମୀ ର ସ୍ବେଛାସେବୀମାନେ ସଚେତନ କରାଇଥିଲେ ଏବଂ ଗ୍ରାମର ଘର ଘର ବୁଲି ସ୍ଲୋଗାନ ଓ ବାଦ୍ୟ ଯନ୍ତ୍ର ମାଧ୍ୟମ ରେ ପ୍ରଚାର କରି ସଚେତନ କରିଥିଲେ |
ଯେଉ ଠାରେ ପାଣି ଜମି ସିଉଳି ଲାଗିରହିଥିବା ଜାଗା ଗୁଡ଼ିକ, ନାଳ ,ବ୍ଲିଚିଙ୍ଗି ପକାଇ ଥିଲୁ, କାରଣ ମଶା ଯେପରିକି ବସ ବିସ୍ତାର କରୀ ପାରିବ ନାହିଁ । ଲୋକମାନେ ସୁରକ୍ଷିତ ରହିପାରିବେ। ଗ୍ରାମବାସୀ ମାନେ ଉପକୃତ ହୋଇଥିଲେ ଏବଂ କାର୍ଯ୍ୟ କାରୀ କରିବେ ଓ ଡକ୍ତର ଙ୍କ ପରାମର୍ଶ ଅନୁସାରେ ରୋଗର ଯତ୍ନ ନେବେ କହିଥିଲେ।
ଏହି ସଚେତନତା କାର୍ଯ୍ୟ କ୍ରମ ରେ ଡ଼ାକ୍ତର ଗାୟତ୍ରୀ ମହାନ୍ତି, ସମାଜସେବୀ ନିବେଦିତା ସତପଥି, ସ୍ବାସ୍ଥ୍ୟକର୍ମୀ ସଂଯୁକ୍ତା ପ୍ରଧାନ, ସୁପରଭାଇଜର୍ କାହ୍ନୁ ଚରଣ ନାୟକ,ଆଶା କର୍ମୀ ସଙ୍ଗୀତା ଦିବ୍ୟା, ୱାର୍ଡ ମେମ୍ବର ଆରତୀ ଭୋଇ, ଯୋସ୍ନରାଣୀ ବଡ଼ଜେନା ରୋଗଗୁଡ଼ିକ ସମ୍ପର୍କ ରେ ସଚେତନ କରାଇଥିଲେ। ଏହି କାର୍ଯ୍ୟ କ୍ରମ ରେ ୟୋରସ ହୋପ ଫାଉଣ୍ଡେସନ ଟ୍ରଷ୍ଟ ର ସଦସ୍ୟ ପ୍ରଜ୍ଞା ପାରମିତା ନାୟକ, ଚିର ଅନୁଭବ ନାୟକ , ମନୋରମ ନାୟକ, ସଂଧ୍ୟା ରାଣୀ ପ୍ରମୁଖ ସହଯୋଗ କରିଥିବା ବେଳେ ଟ୍ରଷ୍ଟ ର ଅଧ୍ୟକ୍ଷା ଓ ପ୍ରତିଷ୍ଠାତା ରୀନାରାଣୀ ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନ ରେ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.