ମିସେସ ନୟନତାରା ୨୦୨୩ର ବିଜୟିନୀ ହେଲେ ସସ୍ମିତା ଜେନା

0

ରାଉରକେଲା (ବସନ୍ତ କୁମାର ଜେନା): ରାଉରକେଲା,ଖୋର୍ଦ୍ଧା ର ଗୁରୁକୁଳ ରିସୋର୍ଟ ରେ ମିସେସ ନୟନତାରା ୨୦୨୩ ପ୍ରତିଯୋଗୀତାରେ ରାଉରକେଲାର ଝିଅ ତଥା ରାଉରକେଲା କଲେଜର ଅଧ୍ୟାପିକା ସସ୍ମିତା ଜେନା ବିଜୟିନୀ ହୋଇ ନିଜର ତଥା ସହରର ଗର୍ବ ବଢାଇଛନ୍ତି। ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ଦୁଇଶହରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ଅଧ୍ୟାପିକା ଶ୍ରୀମତୀ ଜେନା ନିଜର ପ୍ରତିଭା, ସୌନ୍ଦର୍ଯ୍ୟ ଓ ବୁଦ୍ଧିମତା ବଳରେ ସେମି ଫାଇନାଲ ରାଉଣ୍ଡରେ ଶ୍ରେଷ୍ଠ ୧୫ଙ୍କ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ କରିଥିଲେ । ଶେଷରେ ଫାଇନାଲ ରାଉଣ୍ଡରେ ସେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସେସ ଇଣ୍ଡିଆ ନୟନତାରା ୨୦୨୩ ର ମୁକୁଟ ଲାଭ କରିବା ସହ ଲକ୍ଷାଧିକ ଟଙ୍କାର ପୁରସ୍କାର ଜିତିଥିଲେ। ଏହି କାର୍ଯ୍ୟକ୍ରମରେ କଲିକତାରେ ଅବସ୍ଥାପିତ ଚାଇନା ର ରାଷ୍ଟ୍ରଦୂତ ଝା ଲିଉ ମୁଖ୍ୟଅତିଥି ଓ ନୟନତାରା ର ପ୍ରତିଷ୍ଠାତା ଶାସ୍ବତ ଯୋଶୀ,ଓଡିଶୀ ନୃତ୍ୟଶିଳ୍ପୀ ଅମ୍ରିତା ଦାସ ଓ ସମାଜସେବୀ ପ୍ରୀୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଫଳତା ପରେ ତାଙ୍କୁ ବହୁ ଅଧ୍ୟାପକ, ଅଧ୍ୟାପିକା, ବୁଦ୍ଧିଜୀବୀ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଗଣ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.